30.1 C
Bhubaneswar
Friday, April 26, 2024
Homeଖେଳରାୟୁଡୁଙ୍କ ଭ୍ରମାତ୍ମକ ଟ୍ୱିଟ୍‌

ରାୟୁଡୁଙ୍କ ଭ୍ରମାତ୍ମକ ଟ୍ୱିଟ୍‌

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗ୍‌ସ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡ଼ୁଙ୍କ ଏକ ଭ୍ରମାତ୍ମକ ଟ୍ୱିଟ୍ ଶନିବାର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଘଟଣା ଅନୁସାରେ, ଶନିବାର ରାୟୁଡୁ ଟ୍ୱିଟ୍ କରିଥିଲେ ଯେ ଚଳିତ ଆଇପିଏଲ୍ ତାଙ୍କର ଶେଷ ଆଇପିଏଲ୍ । ଏହାପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏପରି କି ତାଙ୍କ ସହିତ ଖେଳିଥିବା ପୂର୍ବତନ ଫାଷ୍ଟ ବୋଲର୍ ଇର୍ଫାନ୍ ପଠାନ୍ ମଧ୍ୟ ଟ୍ୱିଟର୍‌ରେ ରାୟୁଡୁଙ୍କ ଅବସର ଘୋଷଣାର ପ୍ରତିକ୍ରିୟା ପ୍ରଦାନ କରିଥିଲେ ।

ତେବେ କିଛି ସମୟ ପରେ ରାୟୁଡୁ ସମ୍ପୃକ୍ତ ଟ୍ୱିଟ୍‌କୁ ଡିଲିଟ୍ କରିଦେଇଥିଲେ, ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଆଇପିଏଲ୍ ମେଗା ଅକ୍ସନ୍‌ରେ ୬.୨ କୋଟି ଟଙ୍କାରେ ଚେନ୍ନାଇ ଟିମ୍‌ରେ ସାମିଲ ହୋଇଥିବା ରାୟୁଡୁ ଚଳିତ ସଂସ୍କରଣରେ ସେପରି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ୧୨ଟି ମ୍ୟାଚ୍‌ରେ ସେ ୧୨୪.୩୧ ଷ୍ଟ୍ରାଇକ୍ ରେଟ୍ ସହ ୨୭.୧୦ ହାରରେ ମୋଟ ୨୭୧ ରନ୍ କରି ଚେନ୍ନାଇ ପକ୍ଷରୁ ତୃତୀୟ ସର୍ବାଧିକ ସ୍କୋରର୍ ଅଛନ୍ତି ।

ଅନ୍ୟପକ୍ଷରେ ରାୟୁଡୁ ଆଇପିଏଲ୍‌ରୁ ଅବସର ନେଇନାହାନ୍ତି ବୋଲି ଚେନ୍ନାଇ ସୁପର୍ କିଙ୍ଗ୍‌ସ ସିଇଓ କାଶୀ ବିଶ୍ୱନାଥ ସ୍ପଷ୍ଟ କରିଛନ୍ତି । ଏନ୍‌ଡିଟିଭିକୁ ସେ କହିଛନ୍ତି ଯେ ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିବାରୁ ରାୟୁଡୁ କିଛିଟା ନିରାଶ ହୋଇପଡ଼ିଛନ୍ତି । ତେଣୁ ସେ ଭୁଲକ୍ରମେ ଏପରି ଟ୍ୱିଟ୍ କରିଦେଇଛନ୍ତି । ମୁଁ ସମସ୍ତ ବିଷୟରେ ତାଙ୍କୁ ବୁଝାଇ ଦେଇଛି । ସେ ଅବସର ନେଉନାହାନ୍ତି, ଆଗକୁ ଆମ ସହିତ ରହିବେ ବୋଲି କାଶ୍ମୀ ବିଶ୍ୱନାଥ କହିଛନ୍ତି । ପୂର୍ବରୁ ୨୦୧୯ରେ ଭାରତୀୟ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ନପାଇବା ପରେ ରାୟୁଡ଼ୁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ । ମାତ୍ର ଅବସର ଘୋଷଣା ପରେ ପରେ ୟୁ-ଟର୍ଣ୍ଣ ନେଇ ଘରୋଇ କ୍ରିକେଟ୍ ସହ ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking