29.1 C
Bhubaneswar
Monday, May 6, 2024
Homeଓଡିଶାସାଇପ୍ରିୟା ୱେଲଫର ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ନୂତନ ବର୍ଷ ପାଳିତ

ସାଇପ୍ରିୟା ୱେଲଫର ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ନୂତନ ବର୍ଷ ପାଳିତ

 

ରାୟଗଡା : ରାୟଗଡା ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ପାଳନ କରାଯାଇଛି । ଏହି ଅବସରରେ ଟ୍ରଷ୍ଟର କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାର ମୂଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ରୁବିରାଣୀ କୁଣ୍ଡୁ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଗୀତାରାଣୀ ମିଶ୍ର, ଟ୍ରଷ୍ଟର ସଭାପତି ନନ୍ଦ କିଶୋର ଚୌଧୁରୀ ଓ ଟ୍ରଷ୍ଟର ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ମଂଚାସିନ ଥିଲେ । ନିମନ୍ତ୍ରିତ ଅତିଥି ମାନେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଓଡ଼ିଆ ଭାଷାର ସଂସ୍କୃତି ପରମ୍ପରା କିପରି ବଞ୍ଚି ରହିବ ସେଥି ନିମନ୍ତେ ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ଟ୍ରଷ୍ଟର ଆୟୋଜକ ମାନଙ୍କୁ ଭୁୟଷି ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ସାଇପ୍ରିୟା ନଗରରେ ବାସ କରୁଥିବା ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମେହେନ୍ଦୀ, ମ୍ୟୁଜିକାଲ ଚେୟାର, ଝୋଟି, ଓଡ଼ିଆ ପିଠା, ଚିତ୍ରାଙ୍କନ ପ୍ରତିଯୋଗିତା କରଯାଇଥିଲା । ଏଥିରେ କୃତିତ୍ୱ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ର ସଭ୍ୟ ଟି ,ଏନ ,ରାଓ ,ସନ୍ୟାସୀ ପାଣିଗ୍ରାହୀ ,ପ୍ରଦୀପ ଦାସ ,ଜାକିର ହୁସେନ, ପ୍ରଦୀପ ପଣ୍ଡା , ଉପସ୍ଥିତ ରହି ସହଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking