31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା : ଦିନକରେ ୨୯୮୯ ଚିହ୍ନଟ, ୨ ମୃତ

ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା : ଦିନକରେ ୨୯୮୯ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୧୨୫୬। ଆଜି ରାଜ୍ୟରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସବୁଦିନ ପରି ଆଜି ବି ସୁନ୍ଦରଗଡ଼ ତାଲିକାର ଉପରେ ରହିଛି। ଗତକାଲି ଏହି ଜିଲ୍ଲାରୁ ୪୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୬୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ଗତକାଲି ୩୪୮ ଜଣ ସଂକ୍ରମିତ ବାହାରିଥିବାବେଳେ ଆଜି ବାହାରିଛନ୍ତି ୪୩୮। ଅନ୍ୟପକ୍ଷେ ମାଲକାନଗିରିରୁ ସବୁଠାରୁ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି।

ଏଠାରୁ ଦିନକରେ ବାହାରିଛନ୍ତି ମାତ୍ର ୨ ଜଣ ସଂକ୍ରମିତ। ସେହିପରି ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩,  ବୌଦ୍ଧ୧୦, କଟକରୁ ୨୦୮, ଦେବଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତି ୧୫, ଗଞ୍ଜାମରୁ ୬୩, ଜଗତ୍‌ସିଂହପୁରରୁ ୨୪, ଜାଜପୁରରୁ ୫୧, ଝାରସୁଗୁଡାରୁ ୮୪, କନ୍ଧମାଳରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରୁ ୩୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୪୩, ନୟାଗଡରୁ ୧୨, ନୂଆପଡ଼ାରୁ ୧୫୧,ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮ ଏବଂ  ସୋନପୁରରୁ ୬ ସଂକ୍ରମିତ ବାହାରିଛନ୍ତି। ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୯୪ ରୋଗୀ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୫୮,୩୪୨ ରହିଛି। ସୁସ୍ଥ ଲୋକଙ୍କ ସଂଖ୍ୟା ୩,୪୧,୭୩୩ ଥିବାବେଳେ ଆକ୍ଟିଭ କେସ୍‌ ୧୪୬୨୧ ରହିଛି।

ଅନ୍ୟପକ୍ଷେ,  କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୮୫ ହଜାର ୪୨୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୮୮ ଲକ୍ଷ ୨୬ ହଜାର ୪କୁ ବୃଦ୍ଧି ପାଇଛି। ଏବେ  ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୧୧ କୋଟି ୧୬ ଲକ୍ଷ ୮ ହଜାର ୩୯୩।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking