33.1 C
Bhubaneswar
Saturday, April 27, 2024
Homeଓଡିଶାଜ୍ବରରେ ଥରୁଛି କାଶୀପୁର ବ୍ଲକ

ଜ୍ବରରେ ଥରୁଛି କାଶୀପୁର ବ୍ଲକ

ରାୟଗଡ଼ା: ରାୟଗଡ଼ା ଜିଲାର କାଶୀପୁର ବ୍ଲକରେ ଏବେ ପୁଣିଥରେ ମହାବିପତ୍ତି ଦେଖାଦେଇଛି। ଆମ୍ବ ଟାକୁଆକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚିତ ଏହି ବ୍ଲକ ଏବେ ଜ୍ବରରେ ଥରୁଛି। ଜ୍ବରରେ ୪ଟି ଗ୍ରାମର ପ୍ରାୟ ୨୫ଜଣଙ୍କ ପ୍ରାଣହାନି ଘଟଣା ପରେ ସମଗ୍ର ବ୍ଲକରେ ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷରେ ଅବସ୍ଥା ଅଣାୟତ୍ତ ହେବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ଦଳ ଉକ୍ତ ଗ୍ରାମ ଗୁଡ଼ିକରେ ପହଞ୍ଚିପାରିନାହାନ୍ତି ସେପଟେ ତାଲା ବନ୍ଦ ଯୋଗୁଁ ଲୋକେ ମଧ୍ୟ ଡାକ୍ତରଖାନାକୁ ଆସିପାରୁ ନ ଥିବା ଅଭିଯୋଗ ହେଉଛି।

ମାସକ ମଧ୍ୟରେ ଅଡାଝର, ସିନ୍ଦୂରଘାଟି ଓ ସୁଙ୍ଗେର୍ ପଞ୍ଚାୟତରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ପ୍ରାୟ ୫୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କର ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ବେଳେ ୪ଟି ଗ୍ରାମରେ କୋକୁଆଭୟ ସୃଷ୍ଟି ହୋଇଛି। ଗୋଟିଏ ଶବକୁ ଶ୍ମଶାନରେ ଦାହ କରି ଆସିବା ପରେ ଆଉ ଗୋଟିଏ ଶବ ଶ୍ମଶାନ ମୁହାଁ ହେଉଥିବାରୁ ଏକାଧିକ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ଏ ନେଇ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ସମ୍ପୃକ୍ତ ଗ୍ରାମ ଗୁଡ଼ିକୁ ଡାକ୍ତରୀ ଦଳ ପଠାଇ ଆକ୍ରାନ୍ତଙ୍କ ସ୍ବାବ ସଂଗ୍ରହ କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking