28.1 C
Bhubaneswar
Wednesday, April 24, 2024
Homeଓଡିଶାହାତୀ ଛୁଆର ମୃତ ଦେହ ଉଦ୍ଧାର

ହାତୀ ଛୁଆର ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳର କପିସାହି ନିକଟରୁ ଗୋଟିଏ ୫ ବର୍ଷର ଅଣ୍ଡିରା ହାତୀଛୁଆର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଜଣା ପଡିନଥିବା ଜଣାପଡିଛି । ସୁଚନା ମୁତାବକ, ଢେଙ୍କାନାଳ ହିନ୍ଦୋଳ ବନାଚଂଳର କପିସାହି ଗ୍ରାମ ନିକଟରୁ ଏକ ହାତୀଛୁଆ ମୃତ ଦେହ ଠାବ କରିଛି ବନବିଭାଗ । କପିସାହି ଆମ୍ଭତୋଟା ନିକଟରେ ଏହି ହାତୀ ଛୁଆର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବା ପରେ ବନ ବିଭାଗ ସେଠାରେ ପହଂଚିବା ସହି ମୃତ ଦେହକୁ ଜବତ କରିଥିଲା । ମୃତ ହାତୀଛୁଆର ବୟସ ୫ ବର୍ଷ ବୋଲି ଅନୁମାନ କରାଯାଇଛି । ମୃତ ହାତୀଛୁଆଟି ଏକ ଅଣ୍ଡିରା ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣା ପଡିନାହିଁ । ତେବେ ବନ ବିଭାଗ ପକ୍ଷରୁ ହାତୀ ଛୁଆ ଶବ ବ୍ୟବଛେଦ କରିବା ସହିତ ଯାଂଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking