36.1 C
Bhubaneswar
Thursday, May 2, 2024
Homeଓଡିଶାରଥଖଳା ଚଳଚଞ୍ଚଳ, ନିୟୋଜିତ ୫୦ ସେବକ

ରଥଖଳା ଚଳଚଞ୍ଚଳ, ନିୟୋଜିତ ୫୦ ସେବକ

ପୁରୀ : ରଥଖଳା କ୍ରମେ ହୋଇଉଠୁଛି ଅଧିକ ଚଳଚଞ୍ଚଳ । ବିଶ୍ୱକର୍ମାମାନଙ୍କର ବାରିଶି ଓ କରତର ଶବ୍ଦରେ ଶବ୍ଦାୟିତ ହୋଇ ଉଠିଲାଣି ରଥଖଳା । ମଙ୍ଗଳବାର ୩ ରଥର ନିର୍ମାଣ କାର୍ଯ୍ୟରେ ୫୦ ଜଣ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨୮ ଜଣ ମହାରଣା, ୪ ଜଣ କରତି, ୧୨ ଜଣ ଭୋଇ, ଜଣେ ତୁମ୍ବ ବିନ୍ଧ କାରୀଗର ଓ ୬ ଜଣ କମାର ସେବକ ଅନ୍ତର୍ଭୁକ୍ତ । ଥର୍ମାଲ ସ୍କ୍ରିନିଂ ପରେ ଏହି ସେବକମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରଥ ଚକ ପାଇଁ କରତି ସେବକ ସୋମବାର ସୁଦ୍ଧା ୩ ରଥ ପାଇଁ ୩ ଟି ଲେଖାଏଁ ତୁମ୍ବ କାଟି ମହାରଣାମାନଙ୍କୁ ଯୋଗାଇଥିଲେ ।

୩ ରଥର ମହାରଣାମାନେ ୩ଟି ଲେଖାଏଁ ତୁମ୍ବକୁ ବାରିଶିରେ ହାଣି ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ । ମଙ୍ଗଳବାର ଆଉ ୯ ଗୋଟି ତୁମ୍ବ ଭୋଇ ସର୍ଦ୍ଦାର ଓ ସାଥି ଭୋଇ ସେବକମାନଙ୍କ ସହାୟତାରେ ମହାରଣାମାନଙ୍କୁ ଯୋଗାଇ ଦିଆଯାଇଥିଲା । ୩ ରଥର ମହାରଣା ତୁମ୍ବଗୁଡ଼ିକୁ ବାରିଶିରେ ହାଣି ପ୍ରାଥମିକ କାର୍ଯ୍ୟ ଶେଷ କରିବାରେ ଲାଗିପଡ଼ିଥିଲେ । ରଥଖଳାରେ କାଠ କାମ ଚାଲିଥିବାବେଳେ ସୋମବାରଠାରୁ ଦୋଳବେଦୀ ପରିସରରେ ୩ ରଥର ୩ ଜଣ ମୁଖ୍ୟ କମାର ସେବକ ଶାଳ ପ୍ରସ୍ତୁତ କରି ରଥ ପାଇଁ ଆବଶ୍ୟକ ଲୌହ ସରଞ୍ଜାମ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଦିନ ୩ ରଥର କମାର ସେବକ ୫ ଗଣ୍ଡା ଲେଖାଏଁ ଅର କଣ୍ଟା ପ୍ରସ୍ତୁତ କରିବା ସହ ଅଧିକ ଅର କଣ୍ଟା ତିଆରି ପାଇଁ ଲୁହାରଡ୍ କାଟିବାରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking