26.7 C
Bhubaneswar
Friday, April 19, 2024
Homeଓଡିଶାବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଏ ନେଇ ସୂଚନା ଦେଇଛନ୍ତି ଏମ୍ସ ସୁପିରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ । ଚିକିତ୍ସା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ମଧ୍ୟ ହୋଇଥିଲା । ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ଆଖି ବୁଜିଦେଲେ ପ୍ରଶାନ୍ତ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ୍ ଖେଳି ସୁନାମ ଅର୍ଜନ କରିଥିଲେ । ନବେ ଦଶକରେ ରଣଜୀ ଦଳର ଜଣେ ଦକ୍ଷ ଓପ୍ନର ଥିଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି । ଗତ ୯ରେ ପତି ରଘୁନାଥ ମହାପାତ୍ରଙ୍କ କରୋନାରେ ପ୍ରାଣ ହରାଇଥିଲେ ।

ବର୍ତ୍ତମାନ ସେ ବିସିସିଆଇ ମ୍ୟାଚ୍‌ ରେଫରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ରେ ବିହାର ବିପକ୍ଷରେ ଖେଳି ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ସେ ରଣଜୀ ଟ୍ରଫି ସହ ଦଲୀପ ଟ୍ରଫି ଓ ଦେଓଧର ଟ୍ରଫିରେ ମଧ୍ୟ ଖେଳିଥିଲେ । ୧୯୯୦ ରୁ ୨୦୦୩ ଯାଏ ରାଜ୍ୟ ପାଇଁ ଖେଳିଥିବା ପ୍ରଶାନ୍ତ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧୯୬ ରନ୍ ସ୍କୋର କରିଥିଲେ । ଏଥିରେ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୫୭ ରନ୍ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚାରି ବର୍ଷ ତଳେ ରଘୁନାଥଙ୍କ ସାନ ପୁଅଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଉ ଏବେ ପୁଅ ଯଶୋବନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବି ସଂକଟାପନ୍ନ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking