28.1 C
Bhubaneswar
Thursday, May 2, 2024
Homeଓଡିଶାକୋଲକାତା ଫେରନ୍ତା ଓ ସାହି ପିଲାଙ୍କ ମଧ୍ୟରେ ହାତାହାତି

କୋଲକାତା ଫେରନ୍ତା ଓ ସାହି ପିଲାଙ୍କ ମଧ୍ୟରେ ହାତାହାତି

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ମାଳଦା ସରପଞ୍ଚ ରୀତାଞ୍ଜଳି ସାମଲଙ୍କ କରୋନା ପ୍ରତିକାର ପାଇଁ ଆଗୁଆ ସଚେତନତାତ୍ମକ ପଦକ୍ଷେପ ଗ୍ରାମବାସୀଙ୍କ ମହଲରେ ସ୍ୱାଗତଯୋଗ୍ୟ ହୋଇଛି । ସୂଚନା ଅନୁଯାୟୀ, ପଞ୍ଚାୟତ ଅଧୀନ ଜଳହରି ଖୁଣ୍ଟିଆ ସାହିର ଜନୈକ ବ୍ୟକ୍ତି ଗତକାଲି କୋଲାକାତାରୁ ଫେରି ଘରେ ଥିଲେ । ସାହିଲୋକ ଏକଥାକୁ ହଜମ କରିନପାରି କରୋନା ଟେଷ୍ଟ ନହେବା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ନିକଟ ବାତ୍ୟା ଆଶ୍ରୟସ୍ଥଳରେ ରହିବେ ବୋଲି କହିଥିଲେ । ପାଖ ପଡ଼ୋଶୀଙ୍କ ଚାପ ଯୋଗୁ ବ୍ୟକ୍ତି ଜଣକ ଆଜି ନିକଟ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଥିବାବେଳେ ସେଠାରେ ସାହି ପିଲାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । କୋଲକାତା ଫେରନ୍ତା  ଓ ଗାଁ ଯୁବକଙ୍କ ମଧ୍ୟରେ କଥାକଟାକଟିରୁ ଘଟଣା ଗଡାପଡା ଯାଏ ଯାଇଥିଲା ।

ଘଟଣା ସମ୍ପର୍କରେ ସରପଞ୍ଚ ଅବଗତ ହେବା ପରେ ତୁରନ୍ତ ତାଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ପ୍ରତ୍ୟୁଷ ସାମଲ ଜଳହରି ଠାରେ ପଞ୍ଚିଥିଲେ । ସେଠାରେ ଅଙ୍ଗନବାଡ଼ି କର୍ମୀ ପୂର୍ଣ୍ଣିମା ସେଠୀ, ଆଶାଦିଦି ରୁକ୍ମଣୀ ଦାସ, ୱାର୍ଡ ମେମ୍ବର କରୁଣାକର ସେଠୀ, ଗ୍ରାମବାସୀ ନରେନ୍ଦ୍ର କବି, ଗୁରୁପ୍ରସାଦ ପଲେଇ, ରାଜେନ୍ଦ୍ର ପରିଡା, ପ୍ରଦୀପ ପଲାଇ, ଗୁରୁଚରଣ ପଲେଇ, ପ୍ରଭାତ ପଲେଇ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ । ପରିସ୍ଥିତିକୁ ଆଖିଆଗରେ ରଖି ସରପଞ୍ଚଙ୍କ ନିର୍ଦ୍ଦେଶକ୍ରମେ ଖୁଣ୍ଟିଆ ସାହିକୁ ଅସ୍ଥାୟୀ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ସାହିପିଲା ଓ କୋଲକାତା ଫେରନ୍ତାଙ୍କ ମଧ୍ୟରେ ଯେହେତୁ ଛୁଆଁଛୁଇଁ ହୋଇଛି ତେଣୁ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ  ଖୁଣ୍ଟିଆ ସାହିକୁ ଅସ୍ଥାୟୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ସରପଞ୍ଚ ଜଣାଇଛନ୍ତି । ବୁଧବାର  ସମସ୍ତଙ୍କର କୋଭିଡ୍ ଟେଷ୍ଟ ପରେ ପରବର୍ତ୍ତି ନିଷ୍ପତ୍ତିି ଗ୍ରହଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking