29.1 C
Bhubaneswar
Thursday, May 16, 2024
Homeଓଡିଶାହଜିଗଲା ମାନବିକତା, କୋଭିଡ ସନ୍ଦେହରେ ମୃତ ସ୍ୱାମୀଙ୍କ ସହ ସ୍ତ୍ରୀଙ୍କୁ ଓହ୍ଲାଇଦେଲେ ଯାତ୍ରୀ

ହଜିଗଲା ମାନବିକତା, କୋଭିଡ ସନ୍ଦେହରେ ମୃତ ସ୍ୱାମୀଙ୍କ ସହ ସ୍ତ୍ରୀଙ୍କୁ ଓହ୍ଲାଇଦେଲେ ଯାତ୍ରୀ

ଭୁବନେଶ୍ୱର :  ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ଯାତ୍ରୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । କିନ୍ତୁ କୋଭିଡ ସନ୍ଦେହ କରି ସହଯାତ୍ରୀମାନେ ମହିଳାଙ୍କୁ ମୃତ ସ୍ୱାମୀଙ୍କୁ ନେଇ ସେଠାରେ ଟ୍ରେନରୁ ଓହ୍ଲାଇଯିବାକୁ ବାଧ୍ୟ କରିବା ସହ ପାଟିତୁଣ୍ଡ କରିଥିଲେ । ଶେଷରେ ଅସହାୟ ଅବସ୍ଥାରେ ମୃତ ସ୍ୱାମୀଙ୍କ ସହ ସ୍ତ୍ରୀଙ୍କୁ ଖୋର୍ଦ୍ଧା  ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ଏହି ଦୁଃସମୟରେ ସହଯୋଗର ହାତ ବଢାଇଥିଲେ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ତଥା ଆଇଜି ଅମିତାଭ ଠାକୁର । ରବିବାର ସନ୍ଧ୍ୟାରେ ଜଟଣୀ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରିବା ସହ ଶବ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାରେ ଅମିତାଭ ଚର୍ଚ୍ଚାକୁ ଆସିବା ସହ ମାନବିକତାର ଉଦାହରଣ ସାଜିଛନ୍ତି ।

ସୂଚନା ଅନୁଯାୟୀ,  ରବିବାର ଅରୁଣ ମୁଖାର୍ଜୀ(୭୨) ଓ ତାଙ୍କ ପତ୍ନୀ ଉତ୍ତରା ଯଶବନ୍ତପୁର-ଭଗଲପୁର ଟ୍ରେନରେ ବାଙ୍ଗାଲୋରରୁ ନିଜ ପୁଅ ନିକଟରୁ ନିଜ ଘର ବିହାରର ଜମାଲପୁରକୁ  ଫେରୁଥିଲେ । ଅରୁଣଙ୍କର ବିହାରର ମୁଙ୍ଗେରରେ ନିଜର ଏକ କମ୍ପାନୀ ଥିବାବେଳେ ହଠାତ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯାଇଥିଲା । ପରେ ଖୋର୍ଦ୍ଧା ରୋଡ ନିକଟରେ ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଥିଲା ।
ଉତ୍ତରା କହିଛନ୍ତି ଯେ, ଆମର ସଂରକ୍ଷିତ ବିଭାଗରେ ଥିବା ଅନେକ ଯାତ୍ରୀ ବିରୋଧ କରିବା ସହ ରେଳ କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇଦେବାକୁ  କହିଥିଲେ । ମୁଁ ମୋର ମୃତ ସ୍ୱାମୀଙ୍କ ସହିତ ରାତିରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲି ବୋଲି ସେ କହିଛନ୍ତି ।  ମୁଁ କାନ୍ଦୁଥିଲି ଏବଂ ସାହାଯ୍ୟ ପାଇଁ ନିବେଦନ କରୁଥିଲି ।

ମୋର ଦେହ ମଧ୍ୟ ଅସୁସ୍ଥ ଥିବାରୁ ମୁଁ ଚାଲିପାରିଲି ନାହିଁ । କିନ୍ତୁ ଆମର ସମସ୍ତ ସହ ଯାତ୍ରୀମାନେ ଆମଠାରୁ ଦୂରରେ ରହି ରେଳ କର୍ତ୍ତୃପକ୍ଷଙ୍କୁ  ଆମକୁ କମ୍ପାର୍ଟମେଣ୍ଟରୁ ଦୂରେଇ ରଖିବାକୁ ଡାକିଲେ । ମୁଁ କୋଲକାତାର ମୋର ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲି । ସେ ଖୋର୍ଦ୍ଧାଠାରୁ ମାତ୍ର ୩ ଘଣ୍ଟା ଦୂର ଖଡଗପୁର ପର୍ଯ୍ୟନ୍ତ ଯାତ୍ରା କରାଇବାକୁ ରେଳ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ ବୋଲି ଉତ୍ତରା କହିଛନ୍ତି । ବୃଦ୍ଧ ଦମ୍ପତ୍ତିଙ୍କୁ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇଦେବାରୁ ନିଜ ମୃତ ସ୍ୱାମୀଙ୍କ ଶରୀର ନିକଟରେ ଜଗି ରହିଥିଲେ । ଓଡିଶାରେ ସପ୍ତାହାନ୍ତ ସଟଡାଉନ ହୋଇଥିବାରୁ  କାହାର ଦେଖାନଥିଲା ।

କିନ୍ତୁ କୌଣସି ସୂତ୍ରରୁ ଖବରପାଇ ହେଲ୍ପ ଲାଇନ ଇଣ୍ଡିଆ କେୟାରର ସ୍ୱେଚ୍ଛାସେବୀ ସେଠାରେ ପହଞ୍ଚିଥିଲେ । କିନ୍ତୁ ସୂର୍ଯ୍ୟାସ୍ତ ହୋଇଯାଇଥିବାରୁ ଜଟଣୀ ଡାକ୍ତରଖାନା ଶବ ବ୍ୟବଚ୍ଛେଦ କରିବାକୁ ମନା କରିଦେଇଥିଲା । ପରେ ଆଇପିଏସ ଅମିତାଭ ଠାକୁର ଏସମ୍ପର୍କରେ ସୂଚନା ପାଇବା ପରେ ଖୋର୍ଦ୍ଧା ଜିଲ୍ଲା କଲେକ୍ଟରଙ୍କୁ ଅନୁରୋଧ କରିଥିଲେ । ପରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଶବ ବ୍ୟବଚ୍ଛେଦ କରାଇବାକୁ କହିଥିଲେ । ଶବ ବ୍ୟବଚ୍ଛେଦ ପରେ ବୃଦ୍ଧା ଜଣକ ନିଜ ମୃତ ସ୍ୱାମୀଙ୍କ ଶବକୁ ନେଇ ବିହାର ଫେରିଥିବା ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking