36.1 C
Bhubaneswar
Wednesday, May 22, 2024
Homeଓଡିଶା୫ରେ ରଥଯାତ୍ରା ସମନ୍ୱୟ ବୈଠକ: ଶ୍ରଦ୍ଧାଳୁଙ୍କ ଗହଣରେ ହେବ କି ନାହିଁ ନିଷ୍ପତ୍ତି ହେବ

୫ରେ ରଥଯାତ୍ରା ସମନ୍ୱୟ ବୈଠକ: ଶ୍ରଦ୍ଧାଳୁଙ୍କ ଗହଣରେ ହେବ କି ନାହିଁ ନିଷ୍ପତ୍ତି ହେବ

ପୁରୀ: ଜୁଲାଇ ୧ରେ ହେବାକୁ ଯାଉଛି ଘୋଷଯାତ୍ରା । ଏଥିଲାଗି ପୂର୍ବପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ଆସନ୍ତା ୫ ତାରିଖରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । କୋଭିଡ୍ ଯୋଗୁ ଦୀର୍ଘ ଦୁଇ ବର୍ଷ ପରେ ସମନ୍ୱୟ ବୈଠକ ବସିବାକୁ ଯାଉଥିବା ବେଳେ ୫ରେ ପୁରୀ ପୌର ସଦନରେ ପୂର୍ବାହ୍ଣ ୧୧ଟାରେ ଚଳିତ ବର୍ଷ ପାଇଁ ବୈଠକ ଅନୁଷ୍ଠିତ ହେବ । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ରଥାଯାତ୍ରା କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆସନ୍ତା ୫ ତାରିଖ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଅପରପକ୍ଷେ ଆସନ୍ତା ଅକ୍ଷୟତୃତୀୟା ଠାରୁ ରଥ କାଠ ଅନୁକୂଳ କରାଯିବାକୁ ଥିବା ବେଳେ ମହାରଣା ସେବାୟତ ଏଥିପାଇଁ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି । ସୂଚନାଯୋଗ୍ୟ କୋଭିଡ୍ ମହାମାରୀ ଯୋଗୁ ଗତ ଦୁଇ ବର୍ଷ ହେଲାଣି ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ଅନୁଷ୍ଠିତ ହେଉଛି । କେବଳ ସେବାୟତ ଗୋଷ୍ଠୀ ହିଁ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ । ତେବେ ଏଭଳି ସ୍ଥିତିରେ ସେବାୟତଙ୍କ କୋଭିଡ୍ ପରୀକ୍ଷା କରାଯିବା ପରେ ସେମାନଙ୍କୁ ରଥ ଟାଣିବାକୁ ଅନୁମତି ମିଳିଥିଲା । କେବଳ ସେବାୟତମାନେ ନୁହନ୍ତି, ସୁରକ୍ଷା କର୍ମୀମାନେ ମଧ୍ୟ ରଥଟଣା କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking