ନୂଆଦିଲ୍ଲୀ : ନିକଟରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ ର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେବେ ପୋଷ୍ଟରକୁ ଦେଖି କିଛି ୟୁଜର୍ସ ଏଥିରେ ଏକ ବଡ ଭୁଲ ବାହାର କରିଛନ୍ତି ଏବଂ ତାହାକୁ ନେଇ ରିୟାକ୍ଟ କରୁଛନ୍ତି।
ଅଭିନେତା ଫିଲ୍ମର ଯେଉଁ ପୋଷ୍ଟର୍ ରିଲିଜ୍ କରିଛନ୍ତି, ସେଥିରେ ଅକ୍ଷୟ କୁମାର ତାଙ୍କ ହାତରେ ଜଳୁଥିବା ମସାଲ ଧରିଥିବା ନଜର ଆସିଛନ୍ତି। ସେହପରି ଜ୍ୟାକଲିନ୍ଙ୍କ ହାତରେ ଜଳୁଥିବା ଟର୍ଚ ଥିବା ଦେଖାଯାଇଛି। ରାତିର ଅନ୍ଧାରରେ ହାତରେ ଟର୍ଚ ଥାଇ ବି ମଶାଲ ଜାଳିବାକୁ ପଡିଲା। ଏହି କଥାକୁ ୟୁଜର୍ସ ବୁଝି ପାରୁନାହାଁନ୍ତି। ଯାହାପରେ ସେମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି।ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି, ଟର୍ଚ ଅଛି ମଶାଲ କାହିଁକି ଜଳାଇ ରଖିଛ…ବିମଲ ପାନ ମସଲା କୁମାର। ସେହିପରି, ଅନ୍ୟ କିଛି ୟୁଜର୍ସ ଏହି ପୋଷ୍ଟରକୁ ହଲିଉଡ୍ ଫିଲ୍ମ ‘ନ୍ୟାସନାଲ୍ ଟ୍ରେଜେରରୁ’ କପି କରିଥିବା କହୁଛନ୍ତି।
A glimpse into the world of #RamSetu.
In cinemas Diwali, 2022. pic.twitter.com/uZ9vIBFB9Z
— Akshay Kumar (@akshaykumar) April 28, 2022