29.4 C
Bhubaneswar
Saturday, May 4, 2024
Homeଅପରାଧମୋବାଇଲ ଫୋନ୍ ପାଇଁ ଯୁବକଙ୍କୁ ହତ୍ୟା

ମୋବାଇଲ ଫୋନ୍ ପାଇଁ ଯୁବକଙ୍କୁ ହତ୍ୟା

ଚିତ୍ରଡ଼ା: ମୋବାଇଲ ଫୋନ୍ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ମାରିଦେଲେ । ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଆଣୁଆ ଗ୍ରାମରେ । ନିଜ ଭଉଣୀ ଘରେ ରହି ଟୁଲୁ ପାତ୍ର (୨୨) ଟ୍ରାକ୍ଟର ଚଳାଇ ଜୀବିକା ଅର୍ଜନ କରୁଥିଲେ । ଗତ ୨୨ ତାରିଖରେ ଗ୍ରାମର ରବୀନ୍ଦ୍ର ମହାନ୍ତ ଓରଫ ହନୁ ଏକ ମୋବାଇଲ ଫୋନ ହଜିଯାଇଥିଲା । ତାହା ଟୁଲୁ ପାତ୍ର ନେଇଛନ୍ତିି ବୋଲି ସନ୍ଦେହ କରି ରବୀନ୍ଦ୍ର ସେଦିନ ରାତିରେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ଡାକି ନେଇଥିଲା । ପୂର୍ବରୁ ସେଠାରେ ୪ା୫ ଜଣ ଯୁବକ ମାତାଲ ଅବସ୍ଥାରେ ଥିଲେ ।

ମୋବାଇଲ ଫୋନ୍ ଦେଇଦେ ବୋଲି ଟୁଲୁଙ୍କୁ ଧମକାଇ ମିଳିମିଶି ମାରପିଟ୍ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ଟୁଲୁ ଘରକୁ ଫେରି ଭଉଣୀ ସୁମିତ୍ରାଙ୍କ ଆଗରେ ସବୁକଥା କହିଥିଲେ । ପରେ ଟୁଲୁ ରକ୍ତ ବାନ୍ତି କରିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ସନ୍ଧ୍ୟା ୮ଟା ବେଳକୁ ଟୁଲୁଙ୍କୁ ଭଉଣୀ ପରିବାର ବାରମାଇଲ କିଷାନତାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଟୁଲୁଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ଡାକ୍ତର ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଭୋର୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି । ତାଙ୍କ ଭାଇଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଟୁଲୁଙ୍କ ଭଉଣୀ ସୁମିତ୍ରା ମୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଅନୁସନ୍ଧାନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking