32.1 C
Bhubaneswar
Tuesday, April 23, 2024
Homeଓଡିଶାଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ କୋଇଲା ସଙ୍କଟ ନାହିଁ: ମୁଖ୍ୟସଚିବ

ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ କୋଇଲା ସଙ୍କଟ ନାହିଁ: ମୁଖ୍ୟସଚିବ

ଭୁବନେଶ୍ୱର: ଦେଶର ଏବେ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟ ଜନିତ ସମସ୍ୟାକୁ ନେଇ କେନ୍ଦ୍ର ଉପରେ ବର୍ଷୁଛନ୍ତି ବିଭିନ୍ନ ରାଜ୍ୟ ସରକାର । ଦେଶର ବହୁ ଥର୍ମାଲ୍ ପ୍ଲାଣ୍ଟରେ କୋଇଲା ଅଭାବ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ଗୋଟିଏ ପଟେ ରୌଦ୍ରତାପ ଅନ୍ୟପଟେ କୋଇଲା ଉତ୍କଟ ସମସ୍ୟା ହୋଇଥିବା ବେଳେ ଏଥିରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା । କୋଇଲା ସଙ୍କଟ ପାଇଁ ପ୍ରାୟ ୮ରୁ ଊର୍ଦ୍ଧ୍ୱ ରାଜ୍ୟରେ ଦିନକୁ ମାତ୍ର ୧୦ରୁ ୧୨ ଘଣ୍ଟା ବିଜୁଳି କାଟ କରାଯାଉଛି । ସେହିପରି ଗ୍ରାମାଞ୍ଚଳମାନଙ୍କରେ କେବଳ ୫ରୁ ୭ ଘଣ୍ଟା ବିଜୁଳି ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।
ତେବେ ଓଡ଼ିଶାରେ ଏଭଳି ସମସ୍ୟା ଏ ପର୍ଯ୍ୟନ୍ତ ଉତ୍ପନ୍ନ ହୋଇନାହିଁ । ଓଡ଼ିଶାରେ ଆବଶ୍ୟକ ପରିମାଣର କୋଇଲା ଗଚ୍ଛିତ ରହିଛି ବୋଲି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ଏବେ ସେଭଳି ଉତ୍କଟ ସ୍ଥିତି ଉପୁଜିନି, କାହିଁକି ନା ରାଜ୍ୟର ବିଭିନ୍ନ ଖଣିରେ ଏବେ ବି ବହୁମାତ୍ରାରେ କୋଇଲା ଗଚ୍ଛିତ ହୋଇ ରହିଛି ଏବଂ ଥର୍ମାଲ୍ ପ୍ଲାଣ୍ଟକୁ ଆବଶ୍ୟକ ପରିମାଣରେ କୋଇଲା ପ୍ରଦାନ କରାଯାଉଛି । ଏପରିକି ଓଡ଼ିଶା ଗୋଟିଏ ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିବା ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ସମେତ କୋଇଲା ମଧ୍ୟ ପଠା ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking