30.1 C
Bhubaneswar
Friday, April 26, 2024
Homeଅପରାଧପ୍ରଥମେ ନାବାଳିକା ମଥାରେ ଦେଲା ସିନ୍ଦୁର; ତା ପରେ..

ପ୍ରଥମେ ନାବାଳିକା ମଥାରେ ଦେଲା ସିନ୍ଦୁର; ତା ପରେ..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତ ଦରିଦଙ୍ଗୀରୁ ଏମିତି ଏକ ଖବର ଆସିଛି ଯାହା ବାସ୍ତବରେ ଲଜ୍ଜାଜନକ । ଅଭିଯୋଗ ଅନୁସାରେ, ବାଗପତରେ କିଛି ବ୍ୟକ୍ତି ଜଣେ ନାବାଳିକାକୁ ଅପହରଣ କରି ଜବରଦସ୍ତ ତା ମଥାରେ ସିନ୍ଦୁର ଦେବା ପରେ ବଳାତ୍କାର କରିଛନ୍ତି । ଏତିକି ନୁହେଁ, ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାପରେ ସେମାନେ ନିଜେ ପୋନ କରି ଏସଂକ୍ରାନ୍ତରେ ଜଣାଇଥିଲେ । ଏହା ଶୁଣିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା । ପୀଡିତା ଯୁବତୀ ପୁଲିସ ଉପରେ ବି ଧମକାଇଥିବା ଆରୋପ ଲଗାଇ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଆରୋପ ଲଗାଇଛନ୍ତି । ଏହି ଘଟଣା ବାଗପତ ଥାନା ଅଂଚଳର ଏକ ଗାଁରେ ଘଟିଛି । ଅଭିଯୋଗ ରହିଛି ଯେ, ସେହି ଗାଁର ଦୁଇ ଦବଙ୍ଗ ଯୁବକ ଗୌରବ ଓ ଆଶୀଷ ତାକୁ ପ୍ରଥମେ ଅପହରଣ କରିଥିଲେ ଓ ପରେ ତାକୁ ବଳାତ୍କାର କରିଥିଲେ । ପୀଡିତା କହିବା ମୁତାବକ, ଅଭିଯୁକ୍ତମାନେ ତାକୁ କ୍ଷେତକୁ ନେଇ ନିଶାଯୁକ୍ତ ମୃଦ୍ୟୁ ପାନୀୟ ପିଆଇଥିଲେ । ପରେ ଆଶିଷ ନାମକ ଯୁବକ ତାଙ୍କ ମଥାରେ ସିନ୍ଦୁର ଦେଇଥିଲା ଓ ପରେ ଦୁଷ୍କର୍ମ କରିଥିଲା । ଯଦିଓ ଏହି ଘଟଣାରେ ମାମଲା ରୁଜୁ ହୋଇଛି, ମାତ୍ର ପିଡୀକାଙ୍କ ପରିବାର ଲୋକେ କହିବାନୁସାରେ, ପୁଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟା ପରିବାର ଲୋକଙ୍କୁ ଧମକାଇଥିବା ଜଣାପଡିଛି । ଏବେ ପିଡୀତା ଓ ତାଙ୍କ ପରିବାର ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking