34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆସାମ ନିର୍ବାଚନ: ଗାନ୍ଧୀ ପରିବାର ପାଇଁ ନିର୍ଣ୍ଣାୟକ

ଆସାମ ନିର୍ବାଚନ: ଗାନ୍ଧୀ ପରିବାର ପାଇଁ ନିର୍ଣ୍ଣାୟକ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନର ଜନାଦେଶ ପରେ କଂଗ୍ରେସ ଦଳ ନିଜ ନେତୃତ୍ୱର ଲଢେଇ କରୁଥିବା ପରିଲକ୍ଷିତ ହୋଇଛି । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାଜୟ ନେଇ ଇସ୍ତଫା ଦେଇଥିଲେ । ସେବେଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ଦଳ ନିଜର ପୂର୍ଣ୍ଣକାଳିକ ଅଧ୍ୟକ୍ଷଙ୍କ ଅପେକ୍ଷା କରିଛି । ତେବେ ସଂକଟ କେବଳ ସାଧାରଣ ନିର୍ବାଚନ ନଥିଲା । ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ଗତବର୍ଷ ପତନ ହୋଇଥିଲା ଏବଂ ସେଠାରେ ପୁଣି ଭାଜପା ସରକାର ଗଢିଲା । ଏହିପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଲଜ୍ଜାଜନକ ରହିଥିଲା । ରାଜସ୍ଥାନରେ ବି ସରକାରଙ୍କ ସହିତ ସଂକଟ ସୃଷ୍ଟି ହୋଇଥିଲା । ହେଲେ ତାକୁ ରକ୍ଷା କରିବାର ଶ୍ରେୟ ଦଳକୁ ନୁହେଁ, ରାଜ୍ୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଯାଏ । ୨୦୨୦ ଶେଷରେ ବିହାର ନିର୍ବାଚନ ଆସିବା ପର୍ଯ୍ୟନ୍ତ କଂଗ୍ରେସ ଦଳରେ ବିଦ୍ରୋହ କୋଲାଖୋଲି ଭାବରେ ସାମ୍ନାକୁ ଆସିଥିଲା । ଲେଟର ବମ୍ ଓ ବୟାନ ମଧ୍ୟରେ କଂଗ୍ରେସ ଦଳ ବିହାର ନିର୍ବାଚନ ଲଢୁଥିଲା । କଂଗ୍ରେସ ପାଇଁ ଏହା ସବୁଠୁ ବିଡମ୍ବନାପୂର୍ଣ୍ଣ ସ୍ଥିତି । କାରଣ ନିର୍ବାଚନ ସମୟରେ ଦଳ ସ୍ଥିର କଣ, ସ୍ଥିର ଦଳର ବାର୍ତ୍ତା ବି ଲୋକଙ୍କୁ ଦେଇପାରେନାହିଁ ।
ଏହି ଧାରଣା ବର୍ତ୍ତମାନ ଜାରି ରହିଥିବା ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଓ ମଧ୍ୟରେ ବି ରହିଛି । ଗୁଲାମ ନବୀ ଆଜାଦ ଓ କପିଲ ସିବ୍ୱଲଙ୍କ ପରେ ଅନେକ ଚେହେରା ବିରୋଧକୁ ଉପରକୁ ନେଉଥିବା ଦେଖାଯାଉଛି ।
ବର୍ତମାନ ସମୟରେ ଗାନ୍ଧୀ ପରିବାର ର ତୃତୀୟ ଚେହେରା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ବିଶେଷ ଭାବରେ ପରିଶ୍ରମ କରୁଥିବା ଦେଖାଯାଉଛି । ହେଲେ ସେହି ପରିଶ୍ରମରୁ ସଂଗଠନ ଓ ମଜଭୁତ କେତେ ଦୃଢ, ତାହା କହିବା ଏବେ ଅସମ୍ଭବ । ପ୍ରିୟଙ୍କା ଗାନ୍ଧୀ ଆସାମ ଦାୟିତ୍ୱ ନେଇଛନ୍ତି ଏବଂ ଆଜି ସେଠାରେ ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ମତଦାନ । ନିର୍ବାଚନ ପ୍ରଚାର ଅନ୍ମ୍ ହେବା ପୂର୍ବରୁ କୁହାଯାଉଥିଲା ଯେ, ସେଠାରେ ଆସାମରେ ଭାଜପା ଫେରିବ । ହେଲେ ନିର୍ବାଚନ ବଢୁଥିବା ବେଳେ କଂଗ୍ରେସ ଭଲ ନିର୍ବାଚନ ଲଢୁଥିବା ନଜର ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking