38.1 C
Bhubaneswar
Friday, April 26, 2024
Homeଅପରାଧଝିଅ ବେଶରେ ମନ୍ଦିରକୁ ଆସି ନାବାଳିକାଙ୍କୁ ଦୁଷ୍କର୍ମ

ଝିଅ ବେଶରେ ମନ୍ଦିରକୁ ଆସି ନାବାଳିକାଙ୍କୁ ଦୁଷ୍କର୍ମ

ପୁନେ : ହାଇଦ୍ରାବାଦର ଗଣ ଦୁଷ୍କର୍ମ ଓ ବିଭସ୍ଥ ହତ୍ୟା ଘଟଣା ଲୋକଙ୍କ ମମନରୁ ଲିଭି ନଥିବା ବେଳେ ପୁଣି ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ପୁନେ ଛଟୁଶୃଙ୍ଗ ଅଞ୍ଚଳରେ ଥିବା ଏକ ମନ୍ଦିରରେ ଘଟିଛି ଏପରି ଲଜ୍ଜାଜନକ ଘଟଣା | ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଦୁଷ୍କର୍ମ କରିଥିବାର ଜଣା ପଡିଛି । ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି ।
ଏଠାରେ ସୂଚନାଯୋଗ୍ୟ, ବୁଧବାର ଦିନ ସ୍କୁଲରୁ ଫେରିବା ପରେ ନାବାଳିକା ନିଜ ମାଆଙ୍କୁ ପେଟ ରେ ପୀଡା ହେଉଥିବାରୁ ତାଙ୍କ ମାଆ ନାବାଳିକାଙ୍କୁ ନେଇ ସ୍ଥାନୀୟ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଯୌନ ଉତ୍ପୀଡନ ହୋଇଥିବା ସନ୍ଦେହ କରିବା ସହ ଆଗକୁ କିଛି ଡାକ୍ତରୀ ପରୀକ୍ଷା ପାଇଁ ଶାଶୁନ ଜେନେରାଲ ମେଡିକାଲକୁ ରେଫର କରିଥିଲେ । କ୍ରାଇମବ୍ରାଞ୍ଚର ବରିଷ୍ଠ ଇନ୍ସପେକ୍ଟର ଅଞ୍ଜୁମ ବାଗବାନ କହିଛନ୍ତି । ସମସ୍ତ ଘଟଣା ସମ୍ପର୍କରେ ନାବାଳିକାଙ୍କୁ ମାଆ ପଚାରିଥିଲେ । ନାବାଳିକା କହିଥିଲେ ଯେ, ଗତ ସୋମବାର ନିଜ ସାଥୀମାନଙ୍କ ସହ ଖେଳୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାଧ୍ୟ କରିଥିଲା , ପରେ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ କାଳେ ଚିତ୍କାର କରିବେ ସେ ଭୟରେ ଦୁଷ୍କର୍ମକାରୀ ତା ପାଟିକୁ ବନ୍ଦ କରିଦେଇଥିଲା । ଯାହାଫଳରେ କି ନାବାଳିକା କାହାକୁ ଡାକି ପାରିନଥିଲେ । ନିକଟରେ ଖେଳୁଥିବା ସାଙ୍ଗମାନେ ଘଟଣାସ୍ଥଳରୁ ଯାଇସାରିଥିଲେ । ତେବେ ଦୁଷ୍କର୍ମକାରୀ ଜଣେ ଝିଅ ବେଶରେ ଆସିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking