39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବଢ଼ିପାରେ ପେଟ୍ରୋଲ, ଡିଜେଲ ଦର

ବଢ଼ିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ବିଏସ-୬ ଗାଡ଼ି ୨୦୨୦ ମାର୍ଚ୍ଚ ମାସରେ ବଜାରକୁ ଆସୁଛି । ଏହାକୁ ନଜରରେ ରଖି ତେଲ କମ୍ପାନୀମାନେ ପ୍ରଦୂଷଣ ମୁକ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଇବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପଟ୍ରୋଲ ଓ ଡିଜେଲ ବିଶୋଧନାଗାରଗୁଡ଼ିକ ଉନ୍ନତମାନର କରାଯାଉଛି । ଏଥିପାଇଁ କମ୍ପାନୀଗୁଡ଼ିକୁ ବିପୁଳ ପରିମାଣର ଅର୍ଥ ନିବେଶ କରିବାକୁ ପଡୁଛି । ଏହି ନିବେଶ ବାବଦ ବୋଝ କମ୍ପାନୀଗୁଡ଼ିକ ନିଜେ ବହନ  ନ କରି ଖାଉଟିଙ୍କ ମୁଣ୍ଡରେ ଲଦିବାକୁ ଯୋଜନା କରୁଛନ୍ତି । ଆଗାମୀ ୫ ବର୍ଷ ପାଇଁ ପେଟ୍ରୋଲ ଓ ଡିଜେଲ ଉପରୁ ଏ ବାବଦର ଅର୍ଥ ଆଦାୟ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଅନୁମତି ମାଗାଯାଇଛି । ଯଦି ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିନିଏ ତାହାହେଲେ ୫ ବର୍ଷ ପାଇଁ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ପଇସା ଦେବାକୁ ପଡ଼ିବ ।
ବର୍ତ୍ତମାନ ଦେଶରେ ୨୦୧୭ ଏପ୍ରିଲରୁ ବିଏସ-୪ ମାନଦଣ୍ଡର ଇନ୍ଧନ ବିକ୍ରୀ କରାଯାଉଛି । ତେବେ ସେହି ସମୟରେ ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଭଳି ସରକାରୀ କମ୍ପାନୀ ବିଏସ-୬ ମାନଦଣ୍ଡର ତେଲ ଉତ୍ପାନ ପାଇଁ ପ୍ରାୟ ୮୦ ହଜାର କୋଟି ଟଙ୍କା ନିବେଶ କରିସାରିଲେଣି ।
ହଠାତ ପେଟ୍ରୋଲ ଏବଂ ଡିଜେଲ ଦର ଏତେମାତ୍ରାରେ ବଢ଼ିଲେ ଦେଶ ସାରା ଅସନ୍ତୋଷ ଦେଖାଦେବ । ଏଥିରୁ ମୁକୁଳିବା ପାଇଁ ସରକାର  ଭିନ୍ନ ପନ୍ଥା ଆପଣାଇ ପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking