38.1 C
Bhubaneswar
Tuesday, April 23, 2024
Homeଅପରାଧଛୁରୀ ଭାଙ୍ଗିବା ପର୍ଯ୍ୟନ୍ତ ସ୍ତ୍ରୀକୁ ଭୁଷି ହତ୍ୟା ପରେ ଏମିତିକଲା ସ୍ୱାମୀ

ଛୁରୀ ଭାଙ୍ଗିବା ପର୍ଯ୍ୟନ୍ତ ସ୍ତ୍ରୀକୁ ଭୁଷି ହତ୍ୟା ପରେ ଏମିତିକଲା ସ୍ୱାମୀ

ନୂଆଦିଲ୍ଲୀ: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ପରିବାର କଳହକୁ ନେଇ ଅନେକ ସମୟରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ନୂଆଦିଲ୍ଲୀରେ ନୂଆଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଦିଲ୍ଲୀର ଦିଚାଓଁ କଲନ ଅଞ୍ଚଳରେ ଘଟିଛି । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏଥିରେ ଉତକ୍ଷିକ୍ତ ହୋଇ ବ୍ୟକ୍ତି ଜଣକ ସ୍ତ୍ରୀକୁ ଛୁରିରେ ଭୁଷି ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ସ୍ୱାମୀର ନାମ ସୁଦେଶ । ମହିଳାଙ୍କ ନାଁ ସ୍ନେହା ।
ସୂଚନା ଅନୁସାରେ, ଶୁକ୍ରବାର ସୁଦେଶ ନିଜର ଦୁଇ ସନ୍ତାନଙ୍କୁ ନିଜ ନିଜର ରୁମକୁ ଯିବା ପାଇଁ କହିବା ସହ ସ୍ନେହାଙ୍କୁ ଜରୁରୀ ଆଲୋଚନା କରିବାର ଅଛି ବୋଲି କହି ଡ଼ାକିଥିଲେ । କିଛି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ସୁଦେଶ ରୋଷେଇ ଘରୁ ଛୁରୀ ଆଣି ସ୍ନେହାଙ୍କୁ ଭୁଷିଥିଲେ । ରାଗରେ ସେ ଛୁରୀ ଭାଙ୍ଗିବା ପର‌୍ୟ୍ୟନ୍ତ ସ୍ନେହାଙ୍କୁ ଭୁଷିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସୁଦେଶ ନିଜ ଶୋଇବା ଘରକୁ ଯାଇ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଶନିବାର ସକାଳ ସମୟରେ ଦିଲ୍ଲୀର ଦିଚାଓଁ କଲନ ଅଞ୍ଚଳରେ ଥିବା ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ମିଳିଛି ।
ତେବେ ସୁଦେଶଙ୍କ ସଂପର୍କୀୟଙ୍କ କହିବା ମୁତାବକ, ସୁଦେଶ ଇଞ୍ଜିନିୟର ଭାବେ କାମ କରୁଥିଲେ । କିନ୍ତୁ ୬ମାସ ତଳେ ସେ ଅବସାଦଗ୍ରସ୍ତ ହେବାରୁ ତାଙ୍କର ଲଗାତାର ଚିକିତ୍ସା କରାଯାଉଥିଲା । ଔଷଧ ଖାଇବା ସହ ସେ ଧିରେ ଧିରେ ଭଲ ହେବା ଆରମ୍ଭ କରିଥିଲେ । କିନ୍ତୁ ଆର୍ଥିକ ସମସ୍ୟା ଥିବାରୁ ସେ ରାଗରେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସେମାନେ କହିଛନ୍ତି । ଶନିବାର ସକାଳ ସମୟରେ ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking