33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶରାମଦେବଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ

ରାମଦେବଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପତଞ୍ଜଳିର ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ହେଲେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିନାହାନ୍ତି ଏବଂ ଦୁହିଁଙ୍କ ଉପରେ ବର୍ଷିଛନ୍ତି । ‘କୋର୍ଟ ଅନ୍ଧ ନୁହଁ । କେବଳ କ୍ଷମା ମାଗିଦେବା ଯଥେଷ୍ଟ ନୁହେଁ” ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ମଧୁମେହ ଓ ଆଜମା ଭଳି ରୋଗକୁ ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ପତଞ୍ଜଳି ନିଜ ବିଜ୍ଞାପନରେ ଦାବି କରିଥିଲା ।ଜଷ୍ଟିସ ହିମା କୋହଲି ଏବଂ ଅସାଦ୍ଦୁଦିନ ଓମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୁକୁଲ ରୋହତାଗୀଙ୍କୁ କହିଛନ୍ତି ଯେ, କୋର୍ଟ ଅନ୍ଧ ନୁହେଁ । ରାମଦେବ ଓ ବାଳକୃଷ୍ଣଙ୍କ କ୍ଷମା ସ୍ୱୀକାର କରାଯାଇପାରିବ ନାହିଁ । କାରଣ ଜାଣିଶୁଣି ଆଦେଶର ଆବମାନନା କରାଯାଇଥିବା ଆମେ ଭାବୁଛୁ । କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପ୍ରଚାର ଉଦ୍ଦେଶ୍ୟ ଦାଖଲ କରାଯାଇଥିଲା ନା ଆମ ଉଦ୍ଦେଶ୍ୟରେ? ଏହି ମାମଲାରେ ଆମେ ଉଦାରବାଦୀ ହେବାକୁ ଚାହୁଁନାହୁଁ । ତେଣୁ ବାଳକୃଷ୍ଣ ଓ ରାମଦେବଙ୍କ କ୍ଷମାପତ୍ର ଖାରଜ କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି । ଏହାପୂର୍ବରୁ ଶୁଣାଣି ବେଳେ ଓକିଲ ମୁକୁଲ ରୋହତାଗୀ ଅଦାଲତକୁ କହିଥିଲେ ଯେ, ଆମେ ୬ ଏପ୍ରିଲରେ କ୍ଷମା ପତ୍ର ଦାଖଲ କରିଥିଲୁ । ହୁଏତ ରେଜିଷ୍ଟ୍ରି ବିଚାରପତିଙ୍କ ସାମ୍ନାରେ ଏହାକୁ ରଖିନଥିବେ । ଏହାପରେ ରୋହତାଗୀ କ୍ଷମା ପତ୍ର ପଢିଥିଲେ, ଯେଉଁଥିରେ ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଥିଲା । ହେଲେ ବିଚାରପତି ଏଥିରେ ଆପତ୍ତି ଉଠାଇଥିଲେ । କ୍ଷମା ପତ୍ରରେ ରାମଦେବଙ୍କ ବିଦେଶ ଗସ୍ତର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା ।ଏହା ଶୁଣି ସେମାନେ ଏହି ଆଇନ ପ୍ରକ୍ରିୟାକୁ ହାଲୁକାରେ ନେଉଥିବା ବିଚାରପତି କହିଥିଲେ । ପ୍ରକାଶ ଥାଉକି, ବିଭ୍ରାନ୍ତିକର ବିଜ୍ଞାପନ ନେଇ ଆଇଏମଏ ପତଞ୍ଜଳି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହାପରେ ବାବା ରାମଦେବ ଓ ବାଲକୃଷ୍ଣଙ୍କୁ ଅବମାନନା ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହାର କୌଣସି ଉତ୍ତର ନଦେବାରୁ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ପତଞ୍ଜଳି ଦେଇଥିବା ବିଜ୍ଞାପନରେ ବିପି, ସୁଗାର, ଆଜମା ଓ ଅନେକ ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାକୁ ଦାବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking