41.1 C
Bhubaneswar
Tuesday, April 30, 2024
Homeଓଡିଶାଡିଏମ୍‌କେ ପାଖରେ ରହିଛି ଦୁର୍ନୀତିର କପିରାଇଟ୍ : ମୋଦୀ

ଡିଏମ୍‌କେ ପାଖରେ ରହିଛି ଦୁର୍ନୀତିର କପିରାଇଟ୍ : ମୋଦୀ

ଭେଲୋର: ଡିଏମ୍‌କେ ପାଖରେ ଦୁର୍ନୀତିର କପିରାଇଟ୍ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ତାମିଲନାଡୁର ଭେଲୋରରେ ବୁଧବାର ଲୋକସଭା ନିର୍ବାଚନୀ ପ୍ରଚାର ମୋଦୀ ଏହା କହିଛନ୍ତି । ଏହି ଅବସରରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେଊଁ ଲୋକମାନେ ଦିଲ୍ଲୀରେ ବସିଛନ୍ତି ସେମାନେ ଜାଣି ନାହାନ୍ତି ଭେଲୋର ଏକ ନୂଆ ଇତିହାସ ରଚିବାକୁ ଯାଉଛି । ବିଜେପି ଏବଂ ଏନଡିଏକୁ ଜନ ସମର୍ଥନ ମିଳିବାରେ ଲାଗିଛି । ତାମିଲନାଡୁ ପୁଣିଥରେ କହୁଛି ‘ଏକ ବାର ଫିର ମୋଦୀ ସରକାର’ । ସେ ଡିଏମ୍‌କେକୁ କଡ଼ା ସମାଲୋଚନା କରି କହିଛନ୍ତି ଡିଏମ୍‌କେ ରାଜ୍ୟକୁ ପୁରୁଣା ଚିନ୍ତାଧାରାରେ ରଖିବାକୁ ଚାହୁଁଛି । ଡିଏମ୍‌କେର ବଂଶବାଦ ରାଜନୀତି ଯୋଗୁ ରାଜ୍ୟର ଯୁବବର୍ଗ ଆଗକୁ ବଢ଼ିବାର ସୁଯୋଗ ପାଇ ପାରୁ ନାହାନ୍ତି । ଡିଏମ୍‌କେରେ ଆଗକୁ ବଢ଼ିବା ପାଇଁ ୩ ପ୍ରକାର ବର୍ଗ ରହିଛି । ପ୍ରଥମ ହେଉଛି ବଂଶବାଦ ରାଜନୀତି । ଦ୍ୱିତୀୟ ହେଉଛି ଦୁର୍ନୀତି । ସେହିପରି ତୃତୀୟ ହେଉଛି ବିରୋଧାତ୍ମକ ତାମିଲ ସଂସ୍କୃତି । ସେହିପରି ଭେଲୋରରେ ଶୀଘ୍ର ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହେବ । ଲୋକେ ପରିବହନ କ୍ଷେତ୍ରରେ ସୁବିଧା ପାଇବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ନିର୍ମାଣ ଏବଂ ବ୍ୟବସାୟିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking