29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ; ମୋଦି ଜଣାଇଲେ ଶୁଭେଚ୍ଛା

ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ; ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତଙ୍କୁ ବର୍ଷ ୨୦୧୯ ପାଇଁ ଭାରତୀୟ ସିନେମାର ସବୁଠୁ ପ୍ରତିଷ୍ଠିତ ଆୱାର୍ଡ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଗୁରୁବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଘୋଷଣା କରିଛନ୍ତି । ଏହାପରେ ବଡ ବଡ ଷ୍ଟାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସମ୍ମାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପିଏମ ମୋଦି ଟ୍ୱିଟ କରି ଲେଖିଛନ୍ତି, ‘ଏହା ବହୁତ ଖୁସିର କଥା ଯେ, ଥଲାଇବାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଉଛି । ଅନେକ ପିଢୀ ମଧ୍ୟରେ ଜଣାଶୁଣା ଏତେ ବଡ କ୍ୟାରିଅର, ଭିନ୍ନ ଭିନ୍ନ ଭୂମିକା ଓ ଅଭିଭୂତ କରିଥିବା ବ୍ୟକ୍ତିତ୍ୱ ..ଏମିତି ହେଉଛନ୍ତି ଶ୍ରୀ ରଜନୀକାନ୍ତ । ଏହି ସମ୍ମାନ ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା’ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସାମୀ ମଧ୍ୟ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଦକ୍ଷିଣ ସିନେମାର ବଡ ଅଭିନେତା କମଲ ହାସନ ବି ଟ୍ୱିଟ କରି ରଜନୀକାନ୍ତ ଓ ରଜନୀ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କହିରଖୁଛୁ, ଏହି ପୁରସ୍କାରର ଜୁରୀରେ ଚଳିତ ବର୍ଷ ସମ୍ମାନିତ ପ୍ରତିଷ୍ଠିତ ପ୍ଲେବ୍ୟାକ ସିଙ୍ଗର ଆଶା ଭୋଷଲେ, ଡାଇରେକ୍ଟର-ପ୍ରଡ୍ୟୁସର ସୁଭାଷ ଘଇ, ମାଲାୟାଲାମ ସୁପରଷ୍ଟାର ମୋହନଲାଲ, ମ୍ୟୁଜିକ କମ୍ପୋଜର ଓ ସିଙ୍ଗର ଶଙ୍କର ମହାଦେବନ ଓ ବିଶ୍ୱଜିତ ଚାଟାର୍ଜୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking