32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇଥିବା ବେଳେ କେଉଁଠି ଥିଲା ସାଣ୍ଡିଲ୍ୟ ଗୋତ୍ର :...

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇଥିବା ବେଳେ କେଉଁଠି ଥିଲା ସାଣ୍ଡିଲ୍ୟ ଗୋତ୍ର : ଗିରିରାଜ ସିଂ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଗୋତ୍ର ସାଣ୍ଡିଲ୍ୟ ପ୍ରକାଶ କରିବା ପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଟାର୍ଗେଟ କରିଛନ୍ତି ।  ଗିରିରାଜ କହିଛନ୍ତି ଯେ, ମୋତେ ଗୋତ୍ର କହିବା ଆବଶ୍ୟକ ନାହିଁ କାରଣ ମୁଁ ମୋର ଗୋତ ସହିତ ନାମ ଲେଖେ ।  ସେ କହିଛନ୍ତି ଯେ ଆମର ନେତାମାନଙ୍କୁ ହିନ୍ଦୁ କିମ୍ବା ମୁସଲମାନ ବୋଲି କହିବାର କୌଣସି ଆବଶ୍ୟକତା ନାହିଁ ।  ଯେତେବେଳେ ଦିଦି ତାଙ୍କ ଗୋତ୍ର ପ୍ରକାଶ କଲେ ମୁଁ ବହୁତ ଖୁସି ଥିଲି, କିନ୍ତୁ ମୁଁ ଦିଦିଙ୍କୁ କହୁଛି ଯେ, ଏହା କହିବାରେ ବହୁତ ଡେରି ହୋଇଛି, ଆପଣଙ୍କୁ ଗୋତ୍ର କହିବାକୁ ୧୦ ବର୍ଷ ଲାଗିଗଲା ।

ମୁର୍ତ୍ତୀ ବିସର୍ଜନ ବେଳେ ଦିଦିଙ୍କ ଲାଠି ଚାଲୁଥିଲା ।

ମମତାଙ୍କୁ ଟାର୍ଗେଟ କରି ଗିରିରାଜ କହିଛନ୍ତି, ‘ତୁମେ ଭୁଲି ଯାଇଛ ଯେ ତୁମେ କହିବା ଅନୁସାରେ ଦୁର୍ଗା ମୁର୍ତ୍ତୀ ବିସର୍ଜନ ସମୟରେ ଲାଠି ଚାର୍ଯ୍ୟ କରାଯାଇଥିଲା । । ହିନ୍ଦୁ ମାନଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା । ଏହି ସାଣ୍ଡିଲ୍ୟ ଗୋତ୍ର ଲୋକେ ରାମ ନବମୀର ଯାତ୍ରା ବାହାର କରିବା ସମୟରେ ଲାଠି ଖାଇଥିଲେ । ଲାଗୁଛି ଦିଦି ପ୍ରଥମ ଚରଣ ନିର୍ବାଚନରେ ହିଁ ହାରିବା ଭୟରେ ନିଜର ଗୋତ୍ର କହିଛନ୍ତି ।  ଲାଗୁଛି ଆପଣ ସତରେ ହାରିଯାଇଛନ୍ତି’ ।

‘ମୋଦୀ ଜିଙ୍କ ଭୟରେ ମମତା ଦିଦି ଗୋତ୍ର କହିଛନ୍ତି’

ଗିରିରାଜ କହିଛନ୍ତି, ମମତା ଦିଦି ହାରୁଛନ୍ତି । ସେ ମୋଦୀଜିଙ୍କ ଭୟ ହେତୁ ନିଜର ଗୋତ୍ର ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି , ‘ଗତକାଲି ପର୍ଯ୍ୟନ୍ତ ଆପଣ କଲମା ଅଧ୍ୟୟନ କରୁଥିଲେ, ଆଜି ଚଣ୍ଡି ପାଠ କରୁଛନ୍ତି । ଯେତେବେଳେ ତୁମେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ପାଇଁ ରେଡ୍ କାର୍ପେଟ୍ ରଖିଥିଲ, ସେତେବେଳେ ତୁମର ସାଣ୍ଡିଲ୍ୟ ଗୋତ୍ର କେଉଁଠି ଥିଲ? ମୁଁ ମଧ୍ୟ ଆପଣଙ୍କ ସଙ୍ଗୋତ୍ରୀ । ଯେଉଁ ମତୁଆ ସମାଜ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସହାୟକ ହୋଇଥିଲେ , ସେମାନଙ୍କୁ ନାଗରିକତା ପାଇବାର ଥିଲା କିନ୍ତୁ ଆପଣ କହିଥିଲେ ସିଏଏ ଲାଗୁ ହେବ ନାହିଁ’ । ଏହି ଦିଦିଙ୍କୁ ନିର୍ବାଚନ ସମୟରେ ଗୋତ୍ର ମନେପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking