33.1 C
Bhubaneswar
Friday, April 26, 2024
Homeକରୋନାପୁଣେ ନଗର ନିଗମର ନୂଆ ନିୟମ

ପୁଣେ ନଗର ନିଗମର ନୂଆ ନିୟମ

ନୂଆଦିଲ୍ଲୀ: ପୁଣେରେ କୋଭିଡରେ ନିଜ ଘରେ ଯଦି ଜୀବନ ଚାଲିଯାଏ, ତାଙ୍କ ଶବ ସମ୍ଭାଳିବା ଦାୟିତ୍ୱ ପରିବାରର ହେବ । ପୁଣେ ନଗର ନିଗମ ଏହି ନୂଆ ନିୟମ ଆଣିଛନ୍ତି । ନୂଆ ନିୟମ ଅନୁସାରେ, କୋଭିଡ ରୋଗୀଙ୍କ ସଂପର୍କୀୟ ଘରେ ରୋଗୀର ମୃତ୍ୟୁ ଘଟଣାରେ ଶବକୁ ପ୍ରଶାସନକୁ ହସ୍ତାନ୍ତର କରିବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ନିଜେ ହିଁ କରିବାକୁ ପଡିବ । ନଗର ନିଗମ ଘରେ କୋଭିଡ ରୋଗୀଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ବଡି ହ୍ୟାଣ୍ଡେଲ କରିବା ପାଇଁ କହିଛନ୍ତି । ଏଥିପାଇଁ ବୋର୍ଡ ଅଧିକାରୀଙ୍କ ତରଫରୁ ସଂପର୍କୀୟଙ୍କୁ ବଡି ବ୍ୟାଗ ଏବଂ ୪ଟି ପିପିଇ କିଟ୍ ଦିଆଯିବ । ସେମାନଙ୍କୁ କିଟ୍ ପିନ୍ଧି ଶବକୁ ବଡି ବ୍ୟାଗରେ ରଖିବାକୁ ପଡିବ । ଏହି ଭ୍ୟାନର ସହାୟତା ପାଇଁ ନମ୍ବର ଜାରି କରାଯାଇଛି । ସେହି ନମ୍ବର ହେଲା, ୦୨୦୨୪୫୦୩୨୧୧, ୦୨୦୨୪୫୦୩୨୧୨ ଏବଂ ୯୬୮୯୯୩୯୬୨୮ । ଏହି ନମ୍ବରକୁ କଲ୍ କରି ଡକାଯାଇପାରିବ । ଏହାବ୍ୟତୀତ କିଛି କାଗଜପତ୍ର କାମ ମଧ୍ୟ ହେବ । ମୃତକଙ୍କ ପରିବାର ଲୋକଙ୍କୁ ୪ଏ ସାର୍ଟିଫିକେଟ ଓ ଫର୍ମ ୨ ଭରିବାକୁ ହେବ । ବୁଧବାର କୋଭିଡ ଜନିତ ମାମଲା ଅଧିକ ପୁଣେରୁ ଆସିଛି । ମହାରାଷ୍ଟ୍ରର ପୁଣେ ଏମିତି ଏକ ଜିଲ୍ଲା, ଯେଉଁଠି ସବୁଠୁ ଅଧିକ ମାମଲା ସାମ୍ନାକୁ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking