34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଟ୍ରେନିଂ ସମୟରେ ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ଟ୍ରେନିଂ ସମୟରେ ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ-୨୧ ବାଇସନ ଲଢୁଆ ବିମାନ ଆଜି ରାଜସ୍ଥାନର ବାଡମେରରେ ତାଲିମ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଅଛନ୍ତି । ଏହି ଘଟଣାର ଅଧିକ ତଥ୍ୟ ବର୍ତମାନ ମିଳିନାହିଁ ।
ଫାଇଟର ଜେଟ ମିଗ-୨୧ ବିମାନ ଭାରତୀୟ ବାୟୁସେନାର ମେରୁଦଣ୍ଡ ବୋଲି କୁହାଯାଏ । ହେଲେ ବର୍ତମାନ ଏହି ବିମାନ ନା ଲଢେଇ ପାଇଁ ଫିଟ ନା ଉଡାଣ ପାଇଁ ଫିଟ । ତେବେ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ମିଗ ୨୧ ବାଇସନ ବିମାନ ପାକିସ୍ତାନୀ ଲଢୁଆ ବିମାନକୁ ପରାସ୍ତ କରିଥିଲା । ବାୟୁସେନା ୧୯୬୦ରୁ ମିଗ ୨୧ ବିମାନର ବ୍ୟବହାର କରୁଛି । ଏହାପୂର୍ବରୁ ମେ ମାସରେ ବି ଫାଇଟର ଜେଟ ମିଗ ୨୧ କ୍ରାଶ ହୋଇଥିଲା । ପଂଜାବର ମୋଗା ସହରରେ ୨୦-୨୧ ମେ ରାତି ୧ରେ ଫାଇଟର ଜେଟ ମିଗ ୨୧ କ୍ରାସ ହୋଇଥିଲା । ଟ୍ରେନିଂ ପାଇଁ ପାଇଲଟ ଅଭିନବ ରାଜସ୍ଥାନର ସୁରତଗଢରୁ ମିଗ ୨୧ରେ ଉଡାଣ ଭରିଥିଲା । ପରେ ଏହି ବିମାନ ମୋଗାରେ କ୍ରାଶ ହୋଇଥିଲା । ତା ପରଦିନ ପାଇଲଟ ଅଭିନବ ଚୌଧୁରୀଙ୍କ ଶବ ଉଦ୍ଧାର ହୋଇଥିଲା । ସମଗ୍ର ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking