39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଜର୍ମାନୀରେ ପିଜା ବିକୁଛନ୍ତି ଆଫଗାନ୍‌ର ପୂର୍ବତନ ମନ୍ତ୍ରୀ

ଜର୍ମାନୀରେ ପିଜା ବିକୁଛନ୍ତି ଆଫଗାନ୍‌ର ପୂର୍ବତନ ମନ୍ତ୍ରୀ

କାବୁଲ : ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମେତ ଅନେକ ବଡ଼ ନେତା ଦେଶ ଛାଡ଼ି ପଳାଇଛନ୍ତି । ଏହାରି ଭିତରେ ଜର୍ମାନୀରୁ ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ଭାଇରାଲ ହେଉଛି । ଆଫଗାନ ସରକାରରେ ସଞ୍ଚାର ମନ୍ତ୍ରୀ ଥିବା ସୟେଦ ଅହମଦ ଶାହ ସାଦତ୍ ତାଲିବାନ ଶାସନକୁ ଆସିବା ପରେ ଆଫଗାନିସ୍ତାନ ଛାଡ଼ି ଦେଇଥିଲେ । ସେ ବର୍ତ୍ତମାନ ସମୟରେ ଜର୍ମାନୀରେ ଅଛନ୍ତି । ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ମାତ୍ରେ ଦେଶ ଛାଡ଼ି ପଳାଇଥିଲେ । ଏବେ ସେ ଜର୍ମାନୀରେ ରହୁଥିବା ଜଣାପଡ଼ିଛି । ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ମାତ୍ରେ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ସମେତ ବହୁ ବଡ ବଡ଼ ନେତା ଦେଶ ଛାଡି ଚାଲିଯାଇଛନ୍ତି । ଏହି ସମୟରେ, ଆଫଗାନିସ୍ତାନ ମନ୍ତ୍ରୀଙ୍କ ସମ୍ପର୍କରେ ଜର୍ମାନୀରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିଚଳିତ କରିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମନ୍ତ୍ରୀ ପିଜା ବିକ୍ରି କରୁଥିବା ନେଇ ଖବର ଟ୍ୱିଟ୍ କରାଯାଇଛି । ଜର୍ମାନୀରେ ପହଞ୍ଚିବା ପରେ ଅହମ୍ମଦ ଶାହା ପିଜା ବିକ୍ରି କରୁଛନ୍ତି । ଜର୍ମାନୀର ରାଜରାସ୍ତାରେ ସାଇକେଲ୍ ଯୋଗୋ ବୁଲି ବୁଲି ସେ ଘରକୁ ଘର ପିଜା ଡେଲିଭରି କରୁଛନ୍ତି । କୁହାଯାଉଛି ପରିବାର ଚଳାଇବା ପାଇଁ ସେ ସେଠାରେ ପିଜା ବିକ୍ରି କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି । କିନ୍ତୁ କାହିଁକି ସେ ପିଜା ବିକ୍ରି କରୁଛନ୍ତି ସେନେଇ ଗଣମାଧ୍ୟମକୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ କେବଳ ସେ ନୁହେଁ ବରଂ ତାଲିବାନିଙ୍କ ଆତଙ୍କ ପାଇଁ ଅନେକ ନେତା ଦେଶ ଛାଡ଼ି ପଳାଇଛନ୍ତି । ସେ ଯାହା ବି ହେଉ ସୟଦଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking