30.1 C
Bhubaneswar
Wednesday, April 24, 2024
Homeରାଜନୀତିସମବାୟ ମନ୍ତ୍ରୀ ରଣେନ୍ଦ୍ର ପତ୍ରାପ ସ୍ୱାଇଁଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ସମବାୟ ମନ୍ତ୍ରୀ ରଣେନ୍ଦ୍ର ପତ୍ରାପ ସ୍ୱାଇଁଙ୍କ ଇସ୍ତଫା ଦାବି କଲା କଂଗ୍ରେସ

*ରାଜ୍ୟର ଅନ୍ୟତମ ମହାଦୁର୍ନୀତି- ସମବାୟ ଦୁର୍ନୀତି*

ଭୁବନେଶ୍ୱର- ଭାରତୀୟ ସମ୍ବିଧାନରେ ସମବାୟ ବିଭାଗ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ୯୭ତମ ସମ୍ବିଧାନ ସଂଶୋଧନରେ ସମବାୟ ମୌଳିକ ଅଧିକାର ପରିସରଭୁକ୍ତ ହୋଇଛି । ସାଧାରଣ ଜନତାଙ୍କୁ ମୌଳିକ ସେବା ଯୋଗାଇଦେବା ସମବାୟ ବିଭାଗର ପ୍ରମୁଖ କାର୍ଯ୍ୟ ହୋଇଥିବା ସ୍ଥଳେ ରାଜ୍ୟ ସମବାୟ ବିଭାଗର ମହାଦୁର୍ନୀତି ଶାସକ ଦଳର ମୁଖା ଖୋଲିଦେଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପଦ୍ମାକର ଗୁରୁ ରାଜ୍ୟ ସମବାୟ ବିଭାଗରେ ବିଭାଗୀୟ ମନ୍ତ୍ରୀଙ୍କ ପୁଷ୍ଠପୋଷକତାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି କହିଛନ୍ତି ଯେ ମନ୍ତ୍ରୀଙ୍କ ଭାଇ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଚ୍ଛନ୍ନ ସହାୟତାରେ ଆଠଗଡ଼ର ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଏହାର ପ୍ରକୃତ ଉଦାହରଣ । ଆଠଗଡ଼ର ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତି ଭଳି ରାଜ୍ୟରେ ପ୍ରାୟ ଦେଢ଼ହଜାରରୁ ଉର୍ଦ୍ଧ୍ୱ ସେବା ସମବାୟ ସମିତିର କାର୍ଯ୍ୟାବଳିକୁ ଯଦି ଅନୁଧ୍ୟାନ କରାଯିବ ତେବେ ସ୍ପଷ୍ଟ ଜଣାପଡ଼ିବ ଯେ ରାଜ୍ୟର ସେବା ସମବାୟ ସମିତିରେ ସାଧାରଣ ଜନତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଟଙ୍କାକୁ ଶାସକ ଦଳର ନେତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ଦ୍ଦେଶରେ ସେବା ସମବାୟ ସମିତିର ସଂପାଦକ ଓ କର୍ମଚାରୀମାନେ ମିଳିମିଶି କିଭଳି ଭାବରେ ହଡ଼ପ କରୁଛନ୍ତି । ରାଜ୍ୟରେ ସେବା ସମବାୟ ସମିତି ନିମନ୍ତେ  ଥିବା ନିର୍ଦ୍ଦିଷ୍ଟ ନିତିନୀୟମକୁୂ ଖୋଲାଖୋଲି ଭାବରେ ଉଲଙ୍ଘନ କରି କୋଟି କୋଟି ଟଙ୍କା ଦୁର୍ନୀତି କରାଯାଇଛି । ସେବାସମବାୟ ସମିତି ତରଫରୁ ଚାଷୀଙ୍କ ପାଇଁ କିଣାଯାଇଥିବା ଅଖାରେ ପାଖାପାଖି  ୨୨୦୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସ୍ଥଳେ ସରକାର ଏହାକୁ ଗମ୍ଭୀରତାର ସହ ନନେବା ପ୍ରମାଣିତ କରୁଛି ଯେ ଶାସକ ବିଜୁ ଜନତା ଦଳର ଅନେକ ନେତା ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ରହିଛନ୍ତି ।  ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ ଏ ଟାଳଟୁଳ ନୀତି ଓଡ଼ିଶା ପ୍ରଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ନଷ୍ଟ କରୁଛି । ରାଜ୍ୟ ସରକାର ୫ଟି ର ଦ୍ୱାହି ଦେଉଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା କେବଳ ଏକ ଶବ୍ଦ ହୋଇ ରହିଯାଇଛି । ସମ୍ବିଧାନରେ ଏକଥା ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ କୌଣସି ପ୍ରଶାସକ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ସମିତିରେ  ରହିପାରିବେ ନାହିଁ । ଯଦି କୌଣସି ସମିତିରେ ପ୍ରଶାସକ ବ୍ୟାକିଂ କାର୍ଯ୍ୟରେ ନିୟୋଜିତ ଥିବେ ତେବେ ସେଠାରେ ସର୍ବାଧିକ ଏକବର୍ଷ ପର୍ଯ୍ୟନ୍ତ ଜଣେ ଦାୟିତ୍ୱ ତୁଲାଇ ପାରିବେ ଏବଂ ୬ ମାସ ଭିତରେ ନିର୍ବାଚନ କରି ସଭ୍ୟମାନଙ୍କୁ କାର୍ଯ୍ୟଭାର ପ୍ରଦାନ କରିବେ । କିନ୍ତୁ ଦୁଃଖର କଥା ରାଜ୍ୟ ସମବାୟ ମନ୍ତ୍ରୀ ତାଙ୍କ ନିଜ ବିଭାଗରେ ଏ ବିଦ୍ଧି ବ୍ୟବସ୍ଥାକୁ ପାଳନ କରିବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ସମବାୟ ସଚିବଙ୍କ ଜ୍ଞାତସାରରେ ସମବାୟ ବିଭାଗର ନିୟମ କାନୁନକୁ ଜଳାଞ୍ଜଳି ଦିଆଯାଇ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିକୁ ପ୍ରୋତ୍ସାହିତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ସମଗ୍ର ସମବାୟ ବିଭାଗର ଅର୍ଥରାଶି ବର୍ତମାନ ହାତଗଣତି ଶାସକ ଦଳର ବଡ଼ପଣ୍ଡା, କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ପରିବାରର ଜମା ପୁଞ୍ଜି ଭାବରେ ପରିଣତ ହୋଇଛି ଏପରିକି ଉକ୍ତ ପୁଞ୍ଜି ଆଗମୀ ପଂଚାୟତ ନିର୍ବାଚନରେ ଶାସକ ଦଳ ଅପବ୍ୟୟ କରି ଜନମତକୁ ବିଭ୍ରାନ୍ତ କରିବାପାଇଁ ମସୁଧା କରୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆମର ଆହ୍ୱାନ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତାର କଥାକୁ କାର୍ଯ୍ୟରେ ପରିଣତ କରି ଅବିଳମ୍ବେ ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ । ଚାଷୀ ଓ ଚାଷର ସର୍ବାଙ୍ଗୀନ ଉନ୍ନତି ପାଇଁ ଉପଲବ୍ଧ ଥିବା ସରକାରୀ ଟଙ୍କାକୁ କିଛି ଦୁର୍ନୀତିଗ୍ରସ୍ତ ନେତା ଓ ବିଭାଗୀୟ ଅଫିସରଙ୍କ ହାତରେ ଟେକି ଦେବାପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଦୃଢ଼ ନିନ୍ଦା ଓ ପ୍ରତିବାଦ କରାଯାଉଛି । ଯଦି ଏଭଳି ଦୁର୍ନୀତିଗ୍ରସ୍ତ କାର୍ଯ୍ୟରୁ ସମବାୟ ମନ୍ତ୍ରୀ ତୁରନ୍ତ କ୍ଷାନ୍ତ ନରହିବେ ତେବେ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ଏହାକୁ ନେଇ ପ୍ରଦେଶ କଂଗ୍ରେସ ଏକ ଦୁର୍ବାର ଜନଆନ୍ଦୋଳନ କରିବା ପାଇଁ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଚେତାବନୀ ଦେଇଛନ୍ତି । ସମବାୟ ବିଭାଗରେ ହେଉଥିବା ଦୁର୍ନୀତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଉପରେ ଶ୍ରୀଯୁକ୍ତ ଗୁରୁ ଅଙ୍ଗୁଳି ନର୍ଦ୍ଦେଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଅମୀୟ ପାଣ୍ଡବ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking