30.1 C
Bhubaneswar
Monday, May 6, 2024
Homeଓଡିଶାଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍ ମାମଲା : ୪ ଜଣଙ୍କୁ ଗିରଫ କଲା ସିବିଆଇ

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍ ମାମଲା : ୪ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରାଯାଇଛି ।
ଏହା ସହ ଠିକାଦାର ସୁମନ୍ତ ରାଉତଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ସରୋଜ ଓ ସୁମନ୍ତଙ୍କ ସହ ଆଉ ଜଣେ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଜଣାପଡିଛି । ୨୪ ଘଣ୍ଟାର ମାରାଥନ୍ ରେଡ୍ ପରେ ଏପରି କାର‌୍ୟ୍ୟାନୁଷ୍ଠାନ ନେଇଛି ସିବିଆଇ । ଅନ୍ୟପଟେ ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି । ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ସେହି ସମୟରେ ଆଇନ ଉପରେ ମୋର ଶତ ପ୍ରତିଶତ ଭରସା ଅଛି ବୋଲି କହିଥିଲେ ।
ତେବେ ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା । ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ପୁଅ ଚନ୍ଦନ ମିଶ୍ରଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି ।
ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରଆ ରେଡ୍ କରିଥିଲା। ଏହା ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ ଙଝଖର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ।
କୋଲ୍ ମାଇନିଂ କମ୍ପାନି କଉଞ ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା। ଏହାକୁ ସମାଧାନ କରିବାକୁ କଉଞର କୋଲ୍ ହାଣ୍ଡଲିଂ ଏଜେଣ୍ଟ ୨୫ ଲକ୍ଷ ଟଙ୍କା ସରୋଜଙ୍କୁ ଦେଇଥିବା ଚର୍ଚ୍ଚା ହେଉଥିଲା। ଓଏସ୍ଏଲ୍ ଠିକା କର୍ମଚାରୀ ସମନ୍ତ ରାଉତ ଜରିଆରେ ଏହି ଲାଞ୍ଚ ଟଙ୍କା ନେଇଥିବା କୁହାଯାଉଛି। ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, କଉଞ କିମ୍ବା ସରୋଜ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking