34.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟଶରୀରରୁ ଏସବୁ ସମସ୍ୟା ଦୂରକରେ ମୂଳା

ଶରୀରରୁ ଏସବୁ ସମସ୍ୟା ଦୂରକରେ ମୂଳା

ଭୁବନେଶ୍ୱର :  ପନିପରିବା ମଧ୍ୟରେ ମୂଳା ଅନ୍ୟତମ। ଆସନ୍ତୁ ଜାଣିବା ମୂଳାର ଔଷଧୀୟ ଗୁଣ ବିଷୟରେ : ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ମୂଳା : ମୂଳା ପେଟର ବିଭିନ୍ନ ରୋଗ ଏବଂ ପାକସ୍ଥଳୀ ନିମନ୍ତେ ଲାଭଦାୟକ ହୋଇଥାଏ ସେଥିପାଇଁ ଆର୍ୟୁବେଦରେ ମୂଳାକୁ ପେଟ ଏବଂ ପାକସ୍ଥଳୀ ପାଇଁ ସବୁଠୁ ଉତ୍ତମ ପ୍ରାକୃତିକ ବିଶୋଧକ ଭାବରେ ଗଣାଯାଏ। ଆଜିକାଲି ଅଧିକାଂଶ ଲୋକ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି। ଯଦି ପ୍ରତିଦିନ ଆପଣ ମୂଳା ଖାଇବେ ତେବେ ଆପଣଙ୍କ ପେଟ ସବୁବେଳେ ଠିକ୍ ରହିବ। ମୂଳାରେ ଏନ୍ଥୋସ୍ୟାନିଂସ୍ ରହିଥାଏ ଯାହା ଆମକୁ ଅନେକ ପ୍ରକାର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ମୂଳା ଖାଇଲେ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ପୁଷ୍ଟିସାରରେ ଗଢ଼ା ମୂଳା: ମୂଳା ପୁଷ୍ଟିସାରରେ ଗଢ଼ା ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ୧୦୦ଗ୍ରାମ୍ ମୂଳାରେ ୧୮ଗ୍ରାମ୍ କ୍ୟାଲୋରୀ,୦.୧ ଗ୍ରାମ୍ ଚର୍ବି,୪.୧ଗ୍ରାମ୍ କାର୍ବୋହାଇଡ୍ରେଟ୍,୧.୬ଗ୍ରାମ୍ ଫାଇବର,୨.୫ଗ୍ରାମ୍ ସୁଗାର,୦.୬ଗ୍ରାମ୍ ପ୍ରୋଟିନ୍,୩୬% ଭିଟାମିନ୍ ସି,୨% କ୍ୟାଲସିୟମ୍,୪% ମ୍ୟାଗ୍ନେସିୟମ୍ ରହିଥାଏ।

ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିଥାଏ: ମୂଳା ବୃକକ୍ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ମୂଳାରେ ଫାଇବର ଅଧିକ ରହିଥାଏ ଯାହା କୋଷ୍ଠକାଠିନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଅନ୍ତ୍ରକୁ ସୁସ୍ଥ ରଖିଥାଏ। ମୂଳା ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ପେଟ ସମ୍ବନ୍ଧୀୟ ରୋଗରେ ଯଦି ମୂଳା ରସରେ ଅଦା ରସ ଲେମ୍ବୁ ମିଶାଇ ପିଇବେ ତେବେ କ୍ଷୁଧା ବଢ଼ିଥାଏ।

ହଜମ କ୍ରିୟାକୁ ନିୟନ୍ତ୍ରଣ କରିଥାଏ: ପେଟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମୂଳା ଏକ ହଜମ ଔଷଧ ଭାବରେ କାମ କରିଥାଏ। ମୂଳା ରସ ପେଟରୋଗ ପାଇଁ ରାମବାଣ ପରି କାମ କରିଥାଏ। ଯଦି ପେଟରେ ଭାରିପଣ ଅନୁଭବ ହୁଏ ତେବେ ମୂଳା ରସରେ ଲୁଣ ମିଶାଇ ପିଇଲେ ଆରାମ ମିଳିଥାଏ।

ପାକସ୍ଥଳୀ ପାଇଁ ମଧ୍ୟ ଉପଯୋଗୀ: ପାକସ୍ଥଳୀରେ କୈାଣସି ପ୍ରକାର ସମସ୍ୟା ପରିଲକ୍ଷିତ ହେଲେ ନିୟମିତ ଖାଦ୍ୟରେ ମୂଳା ଖାଇବା ଉଚିତ୍। ଏହା ସହିତ ପୋଲିଓ ରୋଗରେ ମଧ୍ୟ ମୂଳା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ବାରା ପୋଲିଓ ରୋଗ ଠିକ୍ ହୋଇଯାଇଥାଏ।

ରକ୍ତଚାପ ପାଇଁ ଲାଭଦାୟକ ମୂଳା: ମୂଳାରେ ଆଣ୍ଟି ହାଇପରଟେଁସିଭ ଗୁଣ ରହିଥାଏ ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ଭୂମିକା ଗ୍ରହଣ କରିଥାଏ। ମୂଳାରେ ଯଥେଷ୍ଟ ମାତ୍ରାରେ ପୋଟାସିୟମ୍ ଥାଏ ଯାହା ରକ୍ତଚାପକୁ ବଢ଼ିବାକୁ ଦିଏନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking