39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରବିନ୍ଦ୍ର ବିଦ୍ୟାନିକେତନ ଅନ ଲାଇନ କ୍ଲାସ ରୁ ବଞ୍ଚିତ ଛାତ୍ର ଛାତ୍ରୀ

ରବିନ୍ଦ୍ର ବିଦ୍ୟାନିକେତନ ଅନ ଲାଇନ କ୍ଲାସ ରୁ ବଞ୍ଚିତ ଛାତ୍ର ଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦେଶକୁ ବେଖାତିର କଲେ ଘରୋଇ ଶିକ୍ଷାନୁଷ୍ଠାନ ରବିନ୍ଦ୍ର ବିଦ୍ୟାନିକେତନ । ଏଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ । କରୋନା ମହାମାରୀ ସମୟରେ ବହୁ ଅଭିଭାବକ କାମଧନ୍ଦା ହରାଇ ସ୍କୁଲ ଫି ଦେବାକୁ ଅସମର୍ଥ ଥିବାବେଳେ ଘରୋଇ ସ୍କୁଲ ମାନେ ବାରମ୍ବାର ଅଭିଭାବକ ମାନଙ୍କ ଉପରେ ଚାପ ପ୍ରୟୋଗ କରିଆସୁଛନ୍ତି । ଏନେଇ ଓଡିଶା ଅଭିବାବକ ମହାସଂଘ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ମାନ୍ୟବର କୋର୍ଟ ଏହାକୁ ଗୁରୁତର ଭାବେ ନେଇ ଫି ବାବଦରେ ଆପୋଷ ବୁଝାମଣା କରି ନିଷ୍ପତି ନେବାକୁ ରାଜ୍ୟସରକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ କୋର୍ଟର ଚୂଡାନ୍ତ ରାୟ ନଆସିବା ଯାଏ ଫି ପାଇଁ କାହାକୁ ଶିକ୍ଷାଦାନରୁ ବଞ୍ଚିତ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ଅମାନ୍ୟ କରି ରବିନ୍ଦ୍ର ବିଦ୍ୟାନିକେତନ ଫି ଦେଇପାରିନଥିବା ଛାତ୍ରଛାତ୍ରୀଙ୍କୁ ଅନ ଲାଇନ କ୍ଲାସରୁ ବାଦ କରିଛି । ଏନେଇ ପୂର୍ବରୁ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଜିଲାପାଳ ଏହାକୁ ଗୁରୁତର ସହ ନେଇ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ଶିକ୍ଷା ଅଧିକାରୀ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ କଡା ଚେତାବନୀ ଦେଇଥିଲେ । କିନ୍ତୁ ଏହା ସତ୍ତ୍ୱେ ବି ରବିନ୍ଦ୍ର ଏହାକୁ ଅମାନ୍ୟ କରିଥିବାରୁ ଆଜି ରାଜ୍ୟ ଅଭିଭାବକ ମହାସଂଘର ଉପାଧ୍ୟକ୍ଷଙ୍କ ନେତୃତ୍ୱ ରେ ଅଭିଭାବକ ମାନେ ଜିଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତି ରେ ଡ଼ିପିସି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ଉକ୍ତ ଶିକ୍ଷା ଅନୁଷ୍ଠାନ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଡ଼ପିସି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking