27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅନଲକ୍‌-୫ ଗାଇଡଲାଇନ ଜାରି, ଖୋଲିବ ସିନେମା ହଲ୍

ଅନଲକ୍‌-୫ ଗାଇଡଲାଇନ ଜାରି, ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର ଅନଲକ-୫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀରେ ସରକାର ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍, ସ୍କୁଲ, କୋଚିଂ ଇନଷ୍ଟିଚ୍ୟୁଟ୍ ଇତ୍ୟାଦି ବିଷୟରେ ସୂଚନା ଦେଇଛନ୍ତି । ଅକ୍ଟୋବର ୧୫ରୁ କେନ୍ଦ୍ର ଅନେକଙ୍କୁ ଖୋଲିବାକୁ ଅନୁମତି ଦେଇଛି | ତଥାପି, କିଛି ବିଶେଷ ସର୍ତ୍ତ ପାଳନ କରିବାକୁ ପଡିବ |
ଅକ୍ଟୋବର ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକ ଡାଉନ ବଳବତ୍ତର ରହିବ । ଅକ୍ଟୋବର ୧୫ ପରେ କଣ୍ଟେନମେଣ୍ଟ ଜୋନ ବାହାରେ କାର୍ଯ୍ୟକଳାପକୁ ମଂଜୁରୀ ମିଳିବ । ଅବରୋଧ ଅଞ୍ଚଳ ବାହାରେ ସମସ୍ତ ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ପର୍ଯ୍ୟନ୍ତ ଉପସ୍ଥିତ ରହିପାରିବେ।

ଖୋଲିବ ସ୍କୁଲ, କଲେଜ, କୋଟିଂ ସେଣ୍ଟର ଓ ଇ-ଏଜୁକେସନ ଅନୁଷ୍ଠାନ ; ତେବେ ଷିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର

ସେହିଭଳି ଅକ୍ଟୋବର ୧୫ ପରଠାରୁ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ଖୋଲିବା ନେଇ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ନିଷ୍ପତ୍ତି ନେଇପାରିବେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଏ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ। ଅନ୍‌ଲାଇନ୍‌ ଏବଂ ଦୂର ନିରନ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ। ଯେଉଁ ଶିକ୍ଷାନୁଷ୍ଠାନମାନଙ୍କରେ ଅନ୍‌ଲାଇନ୍‌ କ୍ଲାସ୍‌ ସତ୍ତ୍ବେ ଯଦି ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ କ୍ଲାସ ପାଇଁ ଆଗ୍ରହୀ ହେବେ ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ। ଅଭିଭାବକଙ୍କ ଲିଖିତ ଅନୁମତି ପାଇବା ପରେ ଛାତ୍ରଛାତ୍ରୀ ସ୍କୁଲରେ ଯୋଗ ଦେଇପାରିବେ। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଜାରି କରିବା ଏସ୍‌ଓପି ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍କୁଲ୍‌ ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ କଲେଜ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକ କେବେ ଖୋଲିବ ‌ସେନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେବେ।

ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ

ସିନେମା ହଲ୍ ଓ ଥିଏଟରରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିବ । ସିନେମା ହଲ୍ ଓ ଥିଏଟର୍ସ ପାଇଁ ଏସଓପି ଜାରି କରିବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଗାଇଡ୍‌ଲାଇନ ଅନୁସାରେ, ଦେଶର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍‌ଟିପ୍ଲେକ୍‌ସଗୁଡ଼ିକ ସେମାନଙ୍କର ବସିବାର ୫୦ ପ୍ରତିଶତ କ୍ଷମତା ପର୍ଯ୍ୟନ୍ତ ଖୋଲି ପାରିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଖୁବ୍‌ ଶୀଘ୍ର ଏସ୍‌ଓପି ଜାରି କରାଯିବ ।

କ୍ରୀଡାବିତଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲ୍ ଖୋଲିବ

ସୁଇମିଂ ପୁଲ୍ ପାଇଁ ଏସଓପି ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡା ମନ୍ତ୍ରାଳୟ । ସେହିଭଳି କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସୁଇମିଂ ପୁଲ୍‌ଗୁଡ଼ିକ ଖୋଲିବ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏଥିନେଇ ଏସ୍‌ଓପି ଜାରି କରାଯିବ। ପାର୍କ‌ ଏବଂ ଅନୁରୂପ ଆମୋଦ ପ୍ରଦାନକାରୀ ସ୍ଥାନଗୁଡ଼ିକ ମଧ୍ୟ ଖୋଲିବ ଏବଂ ଏଥିନେଇ ଶକ୍ତି ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking