36.1 C
Bhubaneswar
Thursday, May 2, 2024
Homeଓଡିଶାଆଜି ରହିବ ସଟଡ଼ାଉନ : ଜିଲ୍ଲାପାଳ

ଆଜି ରହିବ ସଟଡ଼ାଉନ : ଜିଲ୍ଲାପାଳ

ପୁରୀ: ଆଉ ଦିନକ ପରେ ରଥଯାତ୍ରା । ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏ ମଧ୍ୟରେ ୨୦୦୦ ସେବାୟତଙ୍କ ଆରଟିପିସିଆର ଟେଷ୍ଟିଂ କରାଯାଇସାରିଛି । ଶନିବାର ମଧ୍ୟ ଏହା ଜାରି ରହିଥିଲା । ସବୁ ନିଯୋଗକୁ ମାସ୍କ ଓ ଗାମୁଛା ବଣ୍ଟାଯାଉଛି । ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତି ଚାଲିଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ଦିନ ସଟଡ଼ାଉନ କଟକଣାକୁ କୋହଳ କରାଯାଇଛି ବୋଲି ପ୍ରକାଶ କରିବା ସହ ଜିଲ୍ଲାପାଳ କହିଛନ୍ତି ଯେ ରବିବାର ଦିନ ସଟଡ଼ାଉନ ବଳବତ୍ତର ରହିବ । ସହରରେ ୧୪୪ଧାରା ଜାରି କରାଯିବ । ୧୩ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜିଂକୁ ଖାଲି କରିଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking