38.8 C
Bhubaneswar
Friday, April 19, 2024
Homeଓଡିଶାପୁଲିସର ସମୀକ୍ଷା ବୈଠକ : ମୁତୟନ ହେବେ ୬୫ପ୍ଲାଟୁନ ଫୋର୍ସ, ୩୨୭ ଅଫିସର

ପୁଲିସର ସମୀକ୍ଷା ବୈଠକ : ମୁତୟନ ହେବେ ୬୫ପ୍ଲାଟୁନ ଫୋର୍ସ, ୩୨୭ ଅଫିସର

ପୁରୀ : ସୋମବାର ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ଭଳି କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ ମଧ୍ୟ ବିନାଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରିବା ନେଇ ଶନିବାର ଦିନ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଇନଶୃଙ୍ଖଳା) ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସପି କେ. ବିଶାଲ ସିଂ ପ୍ରମୁଖ ଯୋଗଦେଇ ରଥଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପ୍ରାୟ ୨୦୦ ଅଧିକାରୀ ଭାଗ ନେଇଥିଲେ । ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଇଥିଲା ।

ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ମୋଟ ୬୫ପ୍ଲାଟୁନ ଫୋର୍ସ ରଥଯାତ୍ରା ପାଇଁ ମୁତୟନ ହେବେ । ୧୦ଜଣ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ, ୩୧ଜଣ ଡ଼ିଏସପି, ୬୪ଜଣ ଇନ୍ସପେକ୍ଟର, ୨୨୨ଜଣ ସବଇନ୍ସପେକ୍ଟର ଓ ଏଏସଆଇ, ୪୭ଜଣ ହାବିଲଦାର, ୧୮୨ଜଣ ଓଆର, ୫୬ଜଣ ଏପିଆର, ୬ଜଣ ଟ୍ରେନି ହାବିଲଦାର ଓ କନଷ୍ଟେବଳ, ୭୩୮ଜଣ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଛି । ରବିବାର ରାତି ୮ଟାରୁ  ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ । ବଡ଼ଦାଣ୍ଡର ସମସ୍ତ ଦୋକାନ ବଜାର ଓ ବ୍ୟାଙ୍କ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ । ସହରର ବିଭିନ୍ନ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀମାନେ ପୁରୀରେ ଡ଼େରା ପକାଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦ୍ଦେଶାବଳୀ ଏବଂ ଓଡ଼ିଶା ସରକାରଙ୍କ ନିୟମ ପାଳନ ପୂର୍ବକ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ଡ଼ିଜି ଶ୍ରୀଶର୍ମା ବୈଠକ ପରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking