30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ମୟୂରଭଞ୍ଜ: ଜିଲ୍ଲାପାଳଙ୍କ ସହିତ ଆପୋସ ଆଲୋଚନା ପରେ ଶାନ୍ତ ହେଲେ ଉତ୍ତ୍ୟକ୍ତ ଲୋକେ । ସୂଚନା ଅନୁସାରେ ଗତ କିଛିଦିନ ଧରି ବାରିପଦା ସ୍ଥିତ ରଘୁନାଥପୁର ଅଞ୍ଚଳରେ ଥିବା ଏକ ଶ୍ମଶାନରେ କରୋନା ସଂକ୍ରମିତଙ୍କ ମୃତଦେହ ଦାହ କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉତ୍ତେଜନା ଲାଗି ରହିଥିଲା । ଏପରିକି ଗତ ଶୁକ୍ରବାର ଏଠାରେ ରାସ୍ତାରୋକ ସହିତ ଗତକାଲି ଏକ ଶବବୁହା ଗାଡିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଥାନାରେ ୨୦ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ତେବେ ଏ ନେଇ ଆଜି ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଠେଙ୍ଗାବାଡି ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏଠାକାର ବାସିନ୍ଦା ତଥା ପୌରପରିଷଦ ର ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆଉ ଆପୋଶ ଆଲୋଚନା ପରେ ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ଦାବି ପୂରଣ ପାଇଁ ପ୍ରଦର୍ଶନ କରିଛନ୍ତି । ଏଠାରେ ଥିବା ଶ୍ମଶାନଘାଟ ର ଚାରିପରେ ସ୍ଥାୟୀ ପାଚେରୀ ସହିତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଛି । ଯେପର୍ଯନ୍ତ ଏଠାରେ ସୁରକ୍ଷା ବ୍ୟବସ୍ଥା ନ ହୋଇଛି, ଏଠାରେ ଶବସତ୍କାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking