30.1 C
Bhubaneswar
Monday, May 6, 2024
Homeଓଡିଶାସୁକିନ୍ଦା ସ୍ଥାନୀୟ ନିଯୁକ୍ତି ଦାବିରେ ଟାଟା ଖଣି ଅଞ୍ଚଳରେ ସୁକିନ୍ଦା ବିଜେପି ପକ୍ଷରୁ ବିକ୍ଷୋଭ

ସୁକିନ୍ଦା ସ୍ଥାନୀୟ ନିଯୁକ୍ତି ଦାବିରେ ଟାଟା ଖଣି ଅଞ୍ଚଳରେ ସୁକିନ୍ଦା ବିଜେପି ପକ୍ଷରୁ ବିକ୍ଷୋଭ

ଯାଜପୁର : ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଦାବିରେ ସୁକିନ୍ଦା ବଜେପି ପକ୍ଷରୁ ବିକ୍ଷୋଭ । ଏହି ବିକ୍ଷୋଭକୁ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । କିନ୍ତୁ ୧୪୪ ଧାରାକୁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଖାତିର ନକରି ସ୍ଥାନୀୟ ନିଯୁକ୍ତି ଦାବିରେ ଆଗକୁ ବଢିବା ସମୟରେ ସୁକିନ୍ଦା ତହସିଲଦାରଙ୍କ ନିର୍ଦେଶ କ୍ରମେ ପୋଲିସ ବିଜେପି କର୍ମୀ ମାନଙ୍କୁ ୧୪୪ ଧାରା ଜାଗାକୁ ପ୍ରବେଶ କରିବାକୁ ଦେଇ ନ ଥିଲା । ସେଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଲରଙ୍ଗି ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ଦୀର୍ଘ ୧ ଘଣ୍ଟା କାଳ ରାସ୍ତା ବନ୍ଦ ରହିବା ପରେ ଖଣି କତୃପକ୍ଷ ପ୍ରଶାସନ ପହଞ୍ଚି ଆନ୍ଦୋଳନ ସ୍ଥଳରେ ବୁଝା ସୁଜା କରି କହିଥିଲେ କି ବିଜେପି ୫୦% ରହିଲେ ବିଜେଡି ୫୦% ରହିବେ ଓ ସାତ ଦିନ ପରେ ଏହି କାର୍ଯ୍ୟ ଆରମ୍ଭ କରାଜିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅପର ପକ୍ଷେ ଯଦି ଯଥାଶୀଘ୍ର ଦାବି ପୁରଣ ନ ହୁଏ ଆଗକୁ ସମ୍ଫୁଣ୍ଣ ରୁପେ ସୁକିନ୍ଦା ଅନୁଗୁଳ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ସୁକିନ୍ଦା ବଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking