30.1 C
Bhubaneswar
Wednesday, April 24, 2024
Homeଓଡିଶା୩ ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହ ଉଦ୍ଧାର

୩ ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହ ଉଦ୍ଧାର

ନୟାଗଡ  : ନୟାଗଡ  ଜିଲ୍ଲାର ବଧିପାଟଣା ଗ୍ରାମର ନିଖୋଜ ୩ ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହକୁ ଉଦ୍ଧାର ହୋଇଛି । ବଧିପାଟଣା ଗ୍ରାମ ନିକଟସ୍ଥ ପୋଖରୀରୁ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଗ୍ରାମର ଲୋକ ମୃତ୍ୟୁ ଘଟଣାରେ ସାମିଲ ରହିଥିବା ସ୍ବାତୀର ପିତା ଅଭିଯୋଗ ଆଣିଛନ୍ତି ।ପରୀ ଘଟଣା ପରେ ପୋଲିସ ସ୍ବାତୀ ନିଖୋଜ ଘଟଣାକୁ ଗୁରୁତର ସହ ନେଇ ସନ୍ଧାନୀ କୁକୁର ଓ ଓଡ୍ରାଫ ଟିମ ଜରିଆରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲା । ପାଞ୍ଚ ଦିନ ଖୋଳତାଡ ପରେ ସ୍ବାତୀର ମୃତଦେହକୁ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ସ୍ବାତୀର ମୃତ୍ୟୁ ପଛରେ ଗ୍ରାମର କୌଣସି ଲୋକର ସମ୍ପୃକ୍ତି ଥିବା ସହିତ ୫ ଦିନ ଧରି ପୋଲିସର ତଦନ୍ତ କରିବା ସତ୍ତ୍ବେ ମୃତଦେହ ମିଳିବା ଯୋଗୁଁ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ବର୍ଷିଛନ୍ତି ସ୍ବାତୀର ପିତା । ଅନ୍ୟପଟେ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି । ସେହିପରି ସ୍ବାତୀ ନିଖୋଜକୁ ନେଇ ରାଜନୀତି ଲଢେଇ ମଧ୍ୟ ଜୋରଦାର ଜାରି ରହିଛି । ପୂର୍ବରୁ ଜିଲ୍ଲାର ବଧିପାଟଣା ଗ୍ରାମ ପୋଖରୀ ଗାଁ ମୁଣ୍ଡରେ ଥିବା ପୋଖରୀରେ ସ୍ବାତୀ ପଡ଼ିଥିବା ନେଇ ସନ୍ଦେହ କରି ଓଡ୍ରାଫ ଟିମ ଖୋଜାଖୋଜି କରିଥିଲା । କିନ୍ତୁ ସେଠାରେ ସ୍ବାତୀର କୌଣସି ସନ୍ଧାନ ମିଳିନଥିଲା । ପୂର୍ବରୁ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ସ୍ବାତୀର ଗ୍ରାମକୁ ଆସିଥିବା ଫେରିବାଲା ଉପରେ ମଧ୍ୟ ସନ୍ଦେହ କରି ପୋଲିସ ଖୋଳତାଡ ଜାରି ରଖିଥିଲା । ତେବେ ମଙ୍ଗଳବାର ଗାଁ ପାଖ ପୋଖରୀରୁ ମୃତଦେହ ଉଦ୍ଧାର ପରେ ଘଟଣାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ସୂଚନାଯୋଗ୍ୟ ଯେ ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ଗ୍ରାମରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ସଂଜୟ କୁମାର ସାହୁଙ୍କ ୩ ବର୍ଷ ଝିଅ ସ୍ବାତୀ ସାହୁ ନିଖୋଜ ହୋଇଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking