28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆଜି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

ଆଜି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆଜି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦିଲ୍ଲୀରେ ଏନେଇ ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ? ଏମିତି ଅନେକ କିଛି ବିଷୟରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ଚାଲିଛି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ସହଯୋଗୀ ଦଳ ମାନେ କେଉଁ ମନ୍ତ୍ରୀ ପଦ ଦାବି କରୁଛନ୍ତି ଏବଂ ମୋଦି ସେମାନଙ୍କୁ କେଉଁ କେଉଁ ବିଭାଗ ଦେବେ ସେନେଇ ବି ଆଲୋଚନା ହୋଇଥିବା ସୂଚନା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେବଳ ଜେଡ଼ିୟୁ ୪ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇବାକୁ ଦାବି କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ଧରି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଘନ ଘନ ବୈଠକ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମୋଦୀଙ୍କର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ନଡ୍ଡାଙ୍କ ସହ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକ ବାତିଲ କରାଯାଇଛି। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କର ସମସ୍ତ ବୈଠକ ବାତିଲ କରାଯାଇଥିବା ପିଏମ୍‌ଓ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ଗୋଆ, ମଣିପୁର, ପଂଜାବ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ପରିକଳ୍ପନା କରାଯାଇଥିବା ପ୍ରକାଶ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking