36.1 C
Bhubaneswar
Thursday, May 2, 2024
Homeଓଡିଶାସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ଆସନ୍ତା ୩-୪ ଦିନ ମଧ୍ୟରେ ପ୍ରଦୀପ୍ତଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବ ବୋଲି ଭୁବନେଶ୍ୱର ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଗତ ୧୫ ଦିନ ହେବ ପ୍ରଦୀପ୍ତ ନାଏକ କୋଭିଡ ମୁକ୍ତ ହୋଇଛନ୍ତି। ତାଙ୍କ ଶରୀରରେ କୌଣସି ପ୍ରକାର ଲାଇଫ୍ ସପୋର୍ଟ ସିଷ୍ଟମ ଲଗାଯାଇ ନାହିଁ। ଅର୍ଥାତ୍‌ ଆଇସିୟୁରେ ଥିଲେ ମଧ୍ୟ ଓ୍ୱାର୍ଡରେ ଥିବା ଭଳି ଅବସ୍ଥାରେ ସେ ଅଛନ୍ତି। ବର୍ତ୍ତମାନ ସେ ଚଲାବୁଲା କଲେଣି। ଏପରିକି ତାଙ୍କୁ ତରଳ ଓ ଅର୍ଦ୍ଧ ତରଳ ଖାଦ୍ୟ ଦିଆଯାଉଛି।

ସୂଚନାଯୋଗ୍ୟ, କୋଭିଡ୍‌ରେ ସଂକ୍ରମିତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁନଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ଏମ୍ସର ୨ ଜଣ ଡାକ୍ତରଙ୍କ ସମେତ ରାଜ୍ୟ ସରକାରଙ୍କ ୨ ଜଣ ଡାକ୍ତରଙ୍କୁ ନେଇ ଏକ ୪ ଜଣିଆ କମିଟି ପ୍ରଦୀପ୍ତଙ୍କ ଚିକିତ୍ସାର ତଦାରଖ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking