38.8 C
Bhubaneswar
Friday, April 19, 2024
Homeଓଡିଶାଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ

ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ

ପୁରୀ : ଶ୍ରୀଗୁଣ୍ଡିଚା ରଥଯାତ୍ରା ଲାଗି ନୀତି ନତିର୍ଘଣ୍ଟ ଚୂଡ଼ାନ୍ତ । ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ । ସ୍ନାନ ପୂର୍ଣ୍ଣମା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ । ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି । ସ୍ନାଯାତ୍ରା ପାଇଁ ରାତି ୧ ରୁ ମଙ୍ଗଳାର୍ପଣ ଆରମ୍ଭ ହେବ । ରାତି ୧ଟାରୁ ୪ମଧ୍ୟରେ ପହଣ୍ଡି । ମଙ୍ଗଳ ଆଳତୀ ଭୋର ୪ଟା ୩୦ରେ । ଜଳ ବିଜେ, ପୂଜା ଓ ସ୍ନାନ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ କରାଯିବ । ଛେରା ପହଁରା ସକାଳ ସାଢ଼େ ୧୦ଟାର କରାଯିବ । ହାତୀ ବେଶ ୧୧ଟାରୁ ୧୨ ମଧ୍ୟରେ ହେବ । ବାହୁଡ଼ା ପହଣ୍ଡି ୫ଟାରୁ ରାତି ୮ଟା ମଧ୍ୟରେ ଅନୁଷ୍ଠିତ ହେବ । ରାତି ୧ଟାରେ ମଙ୍ଗଳାର୍ପଣ ।

ପୁରା ସହରର ୫ଟି ପ୍ରବେଶ ପଥରେ ବ୍ୟାରିକେଡ କରାଯିବ। ସ୍ନାନପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରି ଜାରି କରାଯିବ। ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡାଯିବନାହିଁ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଏକାଦଶ ତିଥିରେ ମହାପ୍ରଭୁଙ୍କ ଋକ୍ମଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ। ଏପଟେ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ନାନଯାତ୍ରାରେ ସଂପୃକ୍ତ ସେବାୟତ ମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ବଡଦାଣ୍ଡସ୍ଥିତ ଉତ୍କଲ ହିନ୍ଦୀ ବିଦ୍ୟାପୀଠରେ ହେବ ସ୍ୱାବ ଟେଷ୍ଟ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କରାଯିବ କୋଭିଡ୍‌ ଟେଷ୍ଟ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ମାନଙ୍କର ମଧ୍ୟ ହେବ କୋଭିଡ୍‌ ଟେଷ୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking