34.1 C
Bhubaneswar
Thursday, April 25, 2024
Homeଓଡିଶାରାସ୍ତା କଡ଼ରୁ ନବଜାତ ଶିଶୁର କଟାମୁଣ୍ଡ ଜବତ

ରାସ୍ତା କଡ଼ରୁ ନବଜାତ ଶିଶୁର କଟାମୁଣ୍ଡ ଜବତ

ନୂଆପଡ଼ା : ଆଜି ସକାଳୁ ସ୍ଥାନୀୟ ମନ୍ଦିରପଡାର ପତୋରା ରାସ୍ତା ନିକଟରେ ଏକ ନବ ଜାତକର କଟା ମୁଣ୍ଡ ଦେଖିବାକୁ ମିଳିଥିଲା । ଏହି ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟା ମୁଣ୍ଡକୁ ଜବତ କରିଛି । ତେବେ କିଭଳି ପରିସ୍ଥିତିରେ ଏହି କଟା ମୁଣ୍ଡ ସହର ଭିତର ଜନ ଗହଳି ସ୍ଥାନକୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଛୁଆ ଜନ୍ମ ହେଲା ପରେ କିଏ ଫିଙ୍ଗି ଦେଇଥିବ ଓ ତାର ଦେହକୁ କୁକୁର ଖାଇ ଯାଇ ମୁଣ୍ଡକୁ ଟାଣି ଆଣିଥିବା ଲୋକେ ଅନୁମାନ କରୁଛନ୍ତି । ଅନ୍ୟପକ୍ଷେ କୌଣସି ବ୍ୟକ୍ତି ଗୁଣି ଗାରେଡିକୁ ନେଇ ନବ ଜାତକ ଶିଶୁକୁ ବଳି ଦେଇ ଫିଙ୍ଗି ଦେଇଥିବ ଓ ତାକୁ କୁକୁର ଟାଣି ଆଣିଥିବା ମଧ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ନୂଆପଡା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ କରଯାଉଛି ଏବଂ ଗୋଟିଏ ୟୁଡି କେଶ ମଧ୍ୟ ହୋଇସାରିଛି ଯାହା ଘଟଣାର ସତ୍ୟାସତ୍ୟ ଆସିବ ସେହି ଆଧାରରେ କେଶ ହେବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking