33.1 C
Bhubaneswar
Saturday, April 27, 2024
Homeଓଡିଶାଆଗକୁ କରୋନା ପୁଲ ଟେଷ୍ଟ

ଆଗକୁ କରୋନା ପୁଲ ଟେଷ୍ଟ

ଭୁବନେଶ୍ୱର: ଆଗକୁ ହେବ ପୁଲ ଟେଷ୍ଟ । ତେବେ ଆଜି ଅନୁଷ୍ଠିତ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଗାମୀ ଦିନରେ ପୁଲ୍ କୋଭିଡ୍-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୂନା ପରୀକ୍ଷା କରାଯିବ। ସେ କହିଛନ୍ତି,”ଆଗାମୀ ଦିନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଧରଣର ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାଛଡ଼ା ଏବେ ବୁର୍ଲା ମେଡିକାଲ୍ରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି। ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି।”
ସେହିପରି ରାଜ୍ୟରେ ଘଊଜୠ ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର‌୍ୟ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପାଇଁ ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ରଖିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ବିପର‌୍ୟ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଅବସରରେ ପ୍ରସ୍ତାବ ରଖାଯାଇଛି। ଅନ୍ୟପକ୍ଷରେ ଏହି ବୈଠକରେ ଟ୍ରେନିଂ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking