28.1 C
Bhubaneswar
Thursday, May 2, 2024
Homeଓଡିଶାକଣ୍ଟେନମେଣ୍ଟ ଜୋନ୍ ପାଇଁ ନିର୍ଦ୍ଦେଶନାମା

କଣ୍ଟେନମେଣ୍ଟ ଜୋନ୍ ପାଇଁ ନିର୍ଦ୍ଦେଶନାମା

ଭୁବନେଶ୍ୱର: କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିପାଇଁ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ଡିଜିପି ଓ ଜିଲ୍ଲା୍‌ପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଥିପାଇଁ ଏବେ ଘର ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ବୁଝିବେ ଅଙ୍ଗବାଡି କର୍ମୀ, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକ । ଏହାପରେ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା କରାଯିବ । ତେବେ ଏମାନଙ୍କ କାମର ସମସ୍ତ ତଦାରଖ ମେଡିକାଲ ଅଫିସର କରିବେ ବୋଲି କୁହାଯାଇଛି । ଏହାଛଡା ଓଷଧ ଓ ଜରୁରୀ ସାମଗ୍ରୀ ଘରେ ପହଞ୍ଚାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁକୁ ବାଦ୍ ଦେଲେ ବୟସ୍ତ ବ୍ୟକ୍ତି, ଗର୍ଭବତୀ, ଅସୁସ୍ଥ ଓ ଭିନ୍ନକ୍ଷମଙ୍କୁ ଅଧିକ ଗୁରୁତ୍ୱ ଗେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସଂପୃକ୍ତ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ୱାଟସ ଆପ୍ ଗ୍ରୁପ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking