37.1 C
Bhubaneswar
Thursday, March 28, 2024
Homeକରୋନାପହଞ୍ଚିଲା ୫ ଲକ୍ଷ ରାପିଡ ଟେଷ୍ଟ କିଟ୍‌

ପହଞ୍ଚିଲା ୫ ଲକ୍ଷ ରାପିଡ ଟେଷ୍ଟ କିଟ୍‌

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିଛି ୫ ଲକ୍ଷ କରୋନା ରାପିଡ ଟେଷ୍ଟ କିଟ୍ । ମିଳିଥିବା ସୂଚନା ଅନୁସାରେ, ଦୁଇଟି କମ୍ପାନୀରୁ ୨ ଓ ୩ ଲକ୍ଷ ଏମିତି ମୋଟ ୫ ଲକ୍ଷ କିଟ ପହଞ୍ଚିଥିବା ନେଇ ସୂଚନା ମିଳିଛି । ଏନେଇ ଆଜି ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡର ସୂଚନା ପ୍ରଦାନ କରିଛନ୍ତି । ଏହାକୁ ବାଦ ଦେଲେ କାହାର ଟେଷ୍ଟ ରାପିଡ କିଟରେ ହେବ ସେ ନେଇ ମଧ୍ୟ ଗାଇଡ ଲାଇନ ରହିଛି । ତେବେ କେବଳ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଟେଷ୍ଟ ରାପିଡ କିଟରେ ହେବ ବୋଲି ସେ କହିଛନ୍ତି । ଏହାଛଡା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରାପିଡ କିଟରେ ବି ହେବ । ତେହେ ହଟସ୍ପଟ ଜିଲ୍ଲାମାନଙ୍କରେ କାହାର ଲକ୍ଷଣ ଦେଖାଗଲେ ରାପିଡ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ରାପିଡ ଟେଷ୍ଟ ମହାମାରୀ ରୋକିବା ପାଇଁ ମାତ୍ର ନିଦାନ ପାଇଁ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking