39.1 C
Bhubaneswar
Friday, April 26, 2024
Homeଖେଳଟି-୨୦ରେ ପୋଲାର୍ଡଙ୍କ ବିରଳ ରେକର୍ଡ

ଟି-୨୦ରେ ପୋଲାର୍ଡଙ୍କ ବିରଳ ରେକର୍ଡ

ଲର୍ଡ୍ସ : ୱେଷ୍ଟ୍‌ଇଣ୍ଡିଜ୍‌ର ପୂର୍ବତନ କ୍ୟାପ୍‌ଟେନ୍ ଏବଂ ଅଲ୍‌ରାଉଣ୍ଡର୍ କାଇରନ୍ ପୋଲାର୍ଡ ଟି-୨୦ କ୍ରିକେଟ୍‌ରେ ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି । ୩୫ ବର୍ଷୀୟ ପୋଲାର୍ଡ ୬୦୦ ଟି-୨୦ ମ୍ୟାଚ୍ ଖେଳିବାରେ ବିଶ୍ୱର ପ୍ରଥମ କ୍ରିକେଟର୍ ହୋଇଛନ୍ତି । ସୋମବାର ଦ ହଣ୍ଡ୍ରେଡ୍‌ରେ ଲଣ୍ଡନ ସ୍ପିରିଟ୍ ପକ୍ଷରୁ ଖେଳି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ମୁହୂର୍ତ୍ତକୁ ମଧ୍ୟ ପୋଲାର୍ଡ ନିଜ ଢଙ୍ଗରେ ବିଶେଷ ଭାବେ ପାଳିଛନ୍ତି । ମାଞ୍ଚେଷ୍ଟର ଅରିଜିନାଲ୍ସ ବିପକ୍ଷରେ ଲର୍ଡ୍ସ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଜବରଦସ୍ତ ବ୍ୟାଟିଂ କରି ୧୧ ବଲ୍‌ରୁ ଗୋଟିଏ ଚୌକା ଏବଂ ଚାରିଟି ଆକାଶଛୁଆଁ ଛକା ସହାୟତାରେ ୩୪ ରନ୍ କରି ଅପରାଜିତ ରହିଥିଲେ ।

ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ୱିକେଟ୍ ଟେକିଂ ବୋଲିଂ ବଳରେ ଟି-୨୦ କ୍ରିକେଟ୍‌ରେ ଜଣେ ମହାନ୍ ଅଲ୍‌ରାଉଣ୍ଡର୍ ପୋଲାର୍ଡ ୬୦୦ ମ୍ୟାଚ୍‌ରେ ୩୧.୩୪ ହାରରେ ମୋଟ ୧୧୭୨୩ ରନ୍ କରିଛନ୍ତି । କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ୧୦୪ ରନ୍ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ । ଟି-୨୦ କ୍ୟାରିୟର୍‌ରେ ସେ ଗୋଟିଏ ଶତକ ୫୬ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।

ବ୍ୟାଟିଂ ବ୍ୟତୀତ ବୋଲିଂରେ ମଧ୍ୟ ତାଙ୍କ ରେକର୍ଡ ଉନ୍ନତ ରହିଛି । ସେ ବର୍ତ୍ତମାନ ସୁଦ୍ଧା ୩୦୯ଟି ୱିକେଟ୍ ହାସଲ କରିଥିବା ବେଳେ ୪/୧୫ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଖେଳିବା ତାଲିକାରେ ପୋଲାର୍ଡଙ୍କ ପରେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲ୍‌ରାଉଣ୍ଡର୍ ଡ୍ୱେନ୍ ବ୍ରାଭୋ (୫୪୩ ମ୍ୟାଚ୍‌) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହାପରେ ପାକିସ୍ତାନର ସୋଏବ୍ ମଲିକ୍ (୪୭୨), କ୍ରିସ୍ ଗେଲ୍ (୪୬୩), ଏବଂ ରବି ବୋପାରା (୪୨୬) କ୍ରମଶଃ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking