40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆରଜେଡି ସହ ମେଣ୍ଟ କରିବ ଜେଡିୟୁ

ଆରଜେଡି ସହ ମେଣ୍ଟ କରିବ ଜେଡିୟୁ

ପାଟନା: ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ବିଗତ ପାଞ୍ଚବର୍ଷ ଧରି ଚାଲିଆସୁଥିବା ଏନ୍‌ଡିଏ-ଜେଡିୟୁ ସମ୍ପର୍କରେ ଯବନିକା ପଡିଛି । ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବାପରେ ନୀତିଶ ମଙ୍ଗଳବାର ଅପରାହ୍ନରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି । ପୁନଶ୍ଚ ତାଙ୍କ ନିକଟରେ ୧୬୦ ବିଧାୟକଙ୍କ ସମର୍ଥନ ରହିଥିବା ଦର୍ଶାଇ ନୀତିଶ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ବାଦି ଉପସ୍ଥାପନ କରିଛନ୍ତି । ତେବେ ନୂତନ ସରକାର ଗଠନ ପ୍ରକ୍ରିୟାରେ ବିଜେପି ସହ ମେଣ୍ଟ କରାଯିବନାହିଁ ବୋଲି ନୀତିଶ ସ୍ପଷ୍ଟ କରିଛନ୍ତି ।

ବିଜେପି ହାତ ଛାଡିବାପରେ ଜେଡିୟୁକୁ ସମର୍ଥନ ଦେବାକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସମେତ କଂଗ୍ରେସ ଓ ବାମଦଳଗୁଡିକ ନୀତିଶଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ନୂତନ ସରକାର ଗଠନ ଦାବି ନେଇ ନୀତିଶଙ୍କ ସାଙ୍ଗରେ ଆରଜେଡି ନେତା ତେଜସ୍ୱୀ ଯାଦବ ରାଜଭବନ ଯାଇଥିବାରୁ ରାଜ୍ୟରେ ପୁଣି ଆରଜେଡି-ଜେଡିୟୁ ମେଣ୍ଟ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି ୭୫ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏପରିକି ଆରଜେଡି ନେତୃତତ୍ୱାଧୀନ ‘ମହା ଗଠବନ୍ଧନ’ ସପକ୍ଷରେ ୧୧୦ ଆସନ ରହିଥିଲେ ସୁଦ୍ଧା ଏହା ମ୍ୟାଜିକ୍ ନମ୍ବର (୧୨୨) ଛୁଇଁପାରିନଥିଲା । ଅପରପକ୍ଷରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୧୨୫ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା ।

ତେବେ ଜେଡିୟୁ (୪୩) ତୁଳନାରେ ବିଜେପିକୁ ଅଧିକ ଆସନ (୭୪) ମିଳିଥିଲେ ସୁଦ୍ଧା ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ତେବେ ବିଗତ ଦୁଇବର୍ଷ ମଧ୍ୟରେ ବିଜେପି ସହ ନୀତିଶଙ୍କ ସମ୍ପର୍କ କ୍ରମଶଃ ନିମ୍ନଗାମୀ ହେବାରେ ଲାଗିଥିଲା । ଏପରିକି କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ନିତି ଆୟୋଗ ବୈଠକରେ ମଧ୍ୟ ନୀତିଶ ଯୋଗଦେଇନଥିଲେ । ଅପରପକ୍ଷରେ ଜେଡିୟୁ ବ୍ୟାପାରରେ ବିଜେପି ଅଯଥା ହସ୍ତକ୍ଷେପ କରୁଥିବାରୁ ମେଣ୍ଟରେ ତିଷ୍ଠିବା କଷ୍ଟସାଧ୍ୟ ହୋଇପଡିଛି ବୋଲି ନୀତିଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking