38.1 C
Bhubaneswar
Wednesday, May 1, 2024
Homeଓଡିଶାଖୋଲୁଛି ବାବା ବିଜୟାନନ୍ଦଙ୍କ ଗୁମର

ଖୋଲୁଛି ବାବା ବିଜୟାନନ୍ଦଙ୍କ ଗୁମର

ଭୁବନେଶ୍ୱର: ଖୋଲୁଛି ବାବା ବିଜୟାନନ୍ଦ ଚୌଧୁରୀଙ୍କ ଠକେଇର ଗୋଟିଏ ପରେ ଗୋଟିଏ ଗୁମର । ଗଞ୍ଜାମ ଜିଲ୍ଲାର ଜଣେ ଠିକାଦାରଙ୍କୁ ଏହି ଭଣ୍ଡ ବାବା ୨୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ଟେଣ୍ଡର ଦେବା ନା’ରେ ବାବା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ବାବାଙ୍କ ୨ଟି ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ସିଜ କରାଯାଇଛି । ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସିର ଜାଲ୍ ଡକ୍ୟୁମେଣ୍ଟ ଦେଇ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ବାବା ବିଜୟାନନ୍ଦଙ୍କୁ ଗିରଫ କରାଯାଇଛି । ଏପରିକି ବିଭିନ୍ନ ଲୋକଙ୍କ ପାଖରୁ ବାବାଙ୍କ ଆକାଉଣ୍ଟରେ ବଡ଼ ପରିମାଣର ଟଙ୍କା ଟ୍ରାନ୍ସଫର ହୋଇଥିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ବର୍ତ୍ତମାନ ଏହି ସବୁ ଲୋକଙ୍କୁ ନିଜ ସ୍କାନରରେ ରଖିଛି ଇଓଡବ୍ଲୁ । ସେପଟେ ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ । ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତବର୍ଷ ଲକଡାଉନ୍ ସମୟରେ ସ୍ପେସାଲ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟ କାମ ଖୋଜୁଥିଲେ । ଏହି ସମୟରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ସହ ତାଙ୍କର ଭେଟ ହୋଇଥିଲା । ବିଜୟାନନ୍ଦ ନିଜକୁ ଓଟିଡିସି ଅଧ୍ୟକ୍ଷ ପରିଚୟ ଦେଇଥିଲେ । ସେହିପରି ଚନ୍ଦନ ଆକାଶ ମହାନ୍ତି ନିଜକୁ ଓଟିଡିସିର ସହକାରୀ ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ । ୨୩ଟି ୱାର୍କ ଅର୍ଡର ବଳରେ ୧୫୦କୋଟି ଟଙ୍କାର କାମ ଦେବେ ବୋଲି ଠିକାଦାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବରକୂଳ, ରମ୍ଭା ଭଳି କେତେକ ପାନ୍ଥ ନିବାସର ଉନ୍ନତିକରଣ, ମରାମତି କାମର ୱାର୍କ ଅର୍ଡର ଦେଇଥିଲେ । ଏ ବାବଦରେ ସେମାନେ ପ୍ରାୟ ୩କୋଟି ଟଙ୍କା ନେଇଥିଲେ । ୱାର୍କ ଅର୍ଡର ଜାଲ୍ ବୋଲି ଠିକାଦାର ଜାଣିବା ପରେ ଓଟିଡିସିରେ ଅଭିଯୋଗ କରିଥିଲେ । ଓଟିଡିସି ଅଧିକାରୀ ଏ ସଂକ୍ରାନ୍ତରେ ଇଓଡବ୍ଲୁରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking