36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଯେଉଁଠି ଜ୍ଞାନ, ସେଇଠି ପୂର୍ଣ୍ଣତା

ଯେଉଁଠି ଜ୍ଞାନ, ସେଇଠି ପୂର୍ଣ୍ଣତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମ ଚକ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭାକାମନା ଜଣାଇଛନ୍ତି । ଆଷାଢ ପୂର୍ଣ୍ଣିମା ଅବସରରେ ଧର୍ମ ଚକ୍ର ଦିବସ ପାଳନ କରାଯାଇଥାଏ । ତେବେ ଦେଶବାସୀଙ୍କୁ ସମ୍ୱୋଧନ ଅବସରରେ ମୋଦି କହିଛନ୍ତି ଏହି ଦିନଟି ଅତି ଖାସ । କାରଣ ଏହି ଭଗବାନ ବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ ପରେ ପ୍ରଥମ ଜ୍ଞାନ ସଂସାରକୁ ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ୱିଟ କରି କହିଥିଲେ ଗୁରୁ ପୂ୍ର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଅଭିନନନ୍ଦନ ।
ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବାର୍ତ୍ତା ଦେଇ କହିଛନ୍ତି,  ଆମର ଏଠି କୁହାଯାଏ ଯେ, ଯେଉଁଠି ଜ୍ଞାନ, ସେଠି ପୂର୍ଣ୍ଣତା ଅଛି, ସେହି ପୂର୍ଣ୍ଣିମା ଅଟେ । ଯେତେବେଳେ ଉପଦେଶ ଦେଉଥିବା ଲୋକ ସ୍ୱୟଂ ବୁଦ୍ଧ ହୋଇଥିବେ ତେବେ ସେହି ଜ୍ଞାନ ସଂସାର କଲ୍ୟାଣ ପାଇଁ ପର୍ଯ୍ୟାପ୍ତ ହୋଇଯାଏ ।
ସାରନାଥରେ ଭଗବାନ ବୁଦ୍ଧ ସାରା ଜୀବନର ସଂପୂର୍ଣ୍ଣ ଜ୍ଞାନର ସୂତ୍ର ଆମକୁ ପ୍ରଦାନ କରିଛନ୍ତି । ଭଗବାନ ବୁଦ୍ଧ ଆମକୁ ଦୁଃଖ କାରଣ ସହ ଦୁଃଖର ବିଷୟରେ ଜଣାଇଛନ୍ତି । ଏହି ଆଶ୍ୱସନା ମଧ୍ୟ ଦେଇଛନ୍ତି କି, ଯେ, ଦୁଃଖରୁ ଆମକୁ ମୁକ୍ତି ମିଳିପାରିବ, ଏବଂ ଏଥିରୁ ଆମେ ଜିତାବାର ରାସ୍ତା ମଧ୍ୟ ପାଇପାରିବା । କରୋନା ମହାମାରୀ ମାଧ୍ୟମରେ ମଣିଷ ସମାଜକୁ ଏକ ବଡ ସଂକଟର ସାମ୍ନା କରିବାକୁ ପଡିଛି । ଭଗବାନ ବୁଦ୍ଧଙ୍କ ମାର୍ଗରେ ଚାଲି ଆମେ ସବୁ ପରିସ୍ଥିତିର ମୁକାବିଲା କରିପାରିବା । ଆଉ ଭାରତ ମଧ୍ୟ ଏହାକୁ କରି ଦେଖାଦେଇଛି ।

ଏହି ଦିନ ବିଶ୍ୱର ବୌଦ୍ଧ ଦ୍ୱାରା ଧର୍ମ ଚକ୍ରରେ ପରିବର୍ତ୍ତନ ଦିବସ ରୂପେ ପାଳିତ ହୋଇଥାଏ । ଏହା ସହ ବୌଦ୍ଧ ଓ ହିନ୍ଦୁମାନେ ନିଜ ନିଜର ଗୁରୁମାନଙ୍କ ପ୍ରତି ସମର୍ପିତ ଥିବାରୁ ଏହି ଦିବସ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking