29.1 C
Bhubaneswar
Wednesday, April 24, 2024
Homeଓଡିଶାସେପ୍ଟେମ୍ବରରୁ ପିଲାଙ୍କୁ ଟିକା

ସେପ୍ଟେମ୍ବରରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କୁ ଟିକାକରଣ ହୋଇପାରେ । ପିଲାଙ୍କୁ ଟିକା ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ପ୍ରଦାନ କରିଛନ୍ତି । ଜାଇଡସ ପିଲାଙ୍କ ଉପରେ ଟ୍ରାଏଲ ସାରିଛି, ଅନୁମତିକୁ ଅପେକ୍ଷା । କୋଭାକ୍ସିନ ଟ୍ରାଏଲ ଅଗଷ୍ଟ ବା ସେପ୍ଟେମ୍ବରରେ ଶେଷ ହୋଇଯିବ । ଫାଇଜର ଟିକା ଆମେରିକାର ଏଫଡିଏରୁ ଅନୁମତି ପାଇସାରିଛି । ଏସବୁ ଦେଖିଲେ ସେପ୍ଟେମ୍ବରରୁ ଆମେ ଟିକା ଦେଇପାରିବା ଆଶା କରାଯାଉଛି ।

ଭାରତ ବାୟୋଟେକ୍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି । ସେପ୍ଟେମ୍ବର ସୁଦ୍ଧା ତିନି ପର୍ଯ୍ୟାୟ ବିଶିଷ୍ଟ କ୍ଲିନିକାଲ ପରୀକ୍ଷଣ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାପରେ ସେହି ମାସରେ ଉକ୍ତ ଟିକାକୁ ପିଲାଙ୍କୁ ଦେବାପାଇଁ ଅନୁମୋଦନ କରାଯିବ ବୋଲି ଭାରତରେ କୋଭିଡ ମୁକାବିଲା ପାଇଁ ଗଠିତ ଟାସ୍କଫୋର୍ସର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପୂର୍ବରୁ କହିଥିଲେ ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ଫାଇଜର-ବାୟୋଏନଟେକ୍ ଟିକାକୁ ଭାରତରେ ଯଦି ସବୁଜ ସଙ୍କେତ ମିଳେ ତେବେ ତାହା ମଧ୍ୟ ପିଲାଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ । ଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ଜୁନ୍ ୭ରୁ ପିଲାଙ୍କ ଠାରେ ଏହି ଟିକାର ପରୀକ୍ଷଣ ଅନୁଧ୍ୟାନ କରାଯାଉଛି । ଏଥିରେ ୨ରୁ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯାଇଛି । ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାଙ୍କଠାରୁ ୧୭ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ଡିସିଜିଆଇ ମଇ ୧୨ତାରିଖରେ ଭାରତ ବାୟୋଟେକକୁ ଅନୁମତି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking