କଂଗ୍ରେସ ଓ ବିଜେଡି “ନେତା ଆଧାରିତ ଦଳ” କିନ୍ତୁ ବିଜେପି “ସଂଗଠନ ଆଧାରିତ ଦଳ”
ମୋଦି ସରକାର ୩କୋଟି ୨୬ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ତାହାର ଉତର ଦିଅନ୍ତୁ
ବିଜେଡି ସରକାରରେ ଓଡ଼ିଶାରେ ଗରିବି ବଢ଼ିଛି
ଭୁବନେଶ୍ୱର : ଯଶସ୍ୱୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । କିନ୍ତୁ ବିଜେଡି ତାହା ଓଡିଶାରେ ସଫଳ କରିବାରେ ବାଧା ସୃଷ୍ଟି କରିଥାଏ । ମୋଦି ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ତାହାର ଉତର ଦିଅନ୍ତୁ । ମୋଦି ସରକାର ୩କୋଟି ୨୬ଲକ୍ଷ ଲୋକଙ୍କୁ ଚାଉଳ ଦେଲା ପରେ ବି ପୋଷ୍ଟର ମାରିବା କଥା ଚିନ୍ତା କରିନାହାନ୍ତି । ଓଡ଼ିଶା ସରକାର ୨୪ବର୍ଷ ଶାସନ କଲା ପରେ ୫ଲକ୍ଷ ଲୋକଙ୍କୁ ଗରିବ କରିଦେଇଛନ୍ତି । ଅର୍ଥାତ୍ ବିଜେଡି ସରକାରରେ ଓଡ଼ିଶାରେ ଗରିବି ବଢ଼ିଛି । ଏବେ ସେହି ଗରିବ ୫ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ବିଜେଡି କର୍ମୀମାନେ ବ୍ୟାନର ଓ ପୋଷ୍ଟର ମାରୁଛନ୍ତି । ମୋଦି ଦେଉଛନ୍ତି ମାଗଣା ଚାଉଳ । ବିଜେଡି ଯଦି ଷଡଯନ୍ତ୍ର କରି ପୋଷ୍ଟର ଲଗାଏ ତାହାଲେ ବିଜେପିର କାର୍ଯ୍ୟକର୍ତା ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ବର୍ଷକ ବାର ମାସ ୩୬୫ଦିନ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରେ ଏବଂ ଏହା ଏକ ସଂଗଠନ ଆଧାରିତ ଦଳ । ଓଡ଼ିଶାରେ କଂଗ୍ରେସ ଦଳ କିଛି କାର୍ଯ୍ୟ କରେ ନାହିଁ ଏବେ ସେମାନେ କୁଆଡେ “ତୁଳସୀ ଯାତ୍ରା” କରୁଛନ୍ତି । ଠିକ୍ ସେମିତି କେବଳ ପ୍ରଚାର ପ୍ରସାରରେ ବିଶ୍ୱାସ ବିଜୁ ଜନତା ଦଳ କୌଣସି କାର୍ଯ୍ୟ କରେ ନାହିଁ, ବରଂ ମୋଦି ସରକାର ଓଡିଶାକୁ ଯାହା ଦିଅନ୍ତି ତାହା କିପରି ଘୋଟାଲା ହେବ ସେ ନେଇ ଲାଗିଥାନ୍ତି । ଏଥିଲାଗି ଉଭୟ ଦଳର ନେତା ୨୦୨୪ ନିର୍ବାଚନ ଟିକେଟ୍ ଚିନ୍ତାରେ ଅଛନ୍ତି କିନ୍ତୁ ବିଜେପି ନେତାଙ୍କ ଟିକେଟ୍ ଚିନ୍ତା ନାହିଁ । ବିଜେପିର କାର୍ଯ୍ୟକର୍ତା ପ୍ରତ୍ୟେକ ସ୍ତରରେ ଲୋକଙ୍କ ସହ ରହି କାମ କରୁଛନ୍ତି ଟିକେଟ୍ ଏକ ଉପକ୍ରମ । ବୁଥ୍, ମଣ୍ଡଳ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେପି ଦଳର ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି । ଆଗାମୀ ନିର୍ବାଚନ ବିଜେପି ପାଇଁ କିଛି ନୂଆ ନୁହେଁ । କଂଗ୍ରେସ ଓ ବିଜେଡି “ନେତା ଆଧାରିତ ଦଳ” କିନ୍ତୁ ବିଜେପି “ସଂଗଠନ ଆଧାରିତ ଦଳ” ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।