31.1 C
Bhubaneswar
Monday, May 20, 2024
Homeଓଡିଶାସାତକୋଶିଆରେ ୧୦ରୁ ହେବ ପକ୍ଷୀ ଗଣନା

ସାତକୋଶିଆରେ ୧୦ରୁ ହେବ ପକ୍ଷୀ ଗଣନା

ସାତକୋଶିଆ : ସାତକୋଶିଆରେ ୧୦ରୁ ହେବ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବାର ଯୋଜନା ରହିଛି । ଗଣନା ନିମନ୍ତେ ଚଳିତ ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି। ଏବେ କୁମ୍ଭୀର ଗଣନା ଚାଲିଥିବା ବେଳେ ଆଶନ୍ତା ୧୦ ତାରିଖରୁ ପକ୍ଷୀ ଗଣନା କରାଯିବ। ଟିକରପଡ଼ାରୁ ବିନିକେଇ,ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ,ବାଲିପୁଟରୁ ଚକ୍ରଗଡ଼, ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି , ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ ପକ୍ଷୀ ଗଣାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି।ନିଜେ ଡିଏଫ୍ଓ ସାତକୋଶିଆ ଗଣନା କାର୍ଯ୍ୟର ତଦାରଖ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking