36.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସପୁରି

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସପୁରି

ଭୁବନେଶ୍ଵର : ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ଏହା ଏପରି ଗୋଟିଏ ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆସନ୍ତୁ ଜାଣିବା ସପୁରୀର ସ୍ଵାସ୍ଥ୍ୟଗତ ଉପାଦେୟତା ସମ୍ବନ୍ଧରେ । ସପୁରୀ ରସ ଓଜନ କମାଇବା ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ l ସପୁରୀରେ ଆଣ୍ଟିଓ଼ବେସିଟି ତତ୍ୱ ଓ ଲିପୋଜେନେସୀସ ଥିବା କାରଣରୁ ସପୁରୀ ଆମ ଶରୀରରେ ଥିବା ଚର୍ବିକୁ କମ କରିବାରେ ସାହାଯ୍ୟ କରିଥାଏ l ଯଦିଆମେ ସକାଳୁ ସପୁରୀରସ ପିଇବା ତେବେ ଓଜନ କମିବାରେ ଏହା ସାହାଯ୍ୟ କରିବ l ହାଡ଼କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁଦୃଢ ଓ ମଜବୁତ ରଖିବା ପାଇଁ ସପୁରିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏଥିରେ ମାଙ୍ଗାନିଜ ଅଛି ,ଯାହା ହାଡ଼କୁ ମଜବୁତ ରଖିବାରେ ମୁଖ୍ୟ ଖଣିଜ ପଦାର୍ଥ ସାହାର୍ଯ୍ୟ କରିଥାଏ l ଏହା ବ୍ୟତୀତ ସପୁରୀରେ କ୍ୟାଲସିୟମ ମଧ୍ୟ ରହିଛି l ଏହି ଦୁଇଟି ଜରୁରୀ ପୋଷାକ ତତ୍ୱ ସପୁରୀରେ ରହିଥିବା ହେତୁ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ lବ୍ରୋମେଲେନ ଶ୍ୱାସ ରୋଗୀ ମାନଙ୍କ ପାଇଁ ସପୁରି ଏକ ବରଦାନ ସଦୃଶ୍ୟ l ଶ୍ୱାସ ଯୋଗୁ ଶ୍ୱାସନଳୀର ଫୁଲାକୁ କମ କରିବାରେ ସପୁରୀ ସାହାଯ୍ୟ କରିଥାଏ । ସପୁରୀକୁ ସେବନ କରିବା ଦ୍ୱାରା ଆମର ହୃତପିଣ୍ଡ ସୁସ୍ଥ ରହିଥାଏ l ଏଥିରେ କାର୍ଡିଓପ୍ରୋଟେକ୍ଟଟିଭ ଗୁଣ ମହଜୂତ ଅଛି l ଏଥିରେ ମହଜୂତ ଥିବା ବ୍ରୋମେଲେନ ଆମର କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହା ସହିତ ଆମ ଶରୀରରେ ରକ୍ତ ସଂଚାଳନ ଠିକ୍ ରେ କରାଇଥାଏ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking